କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ସୁନ୍ଦରୀ ଯୁବତୀ ଓ ସହଯୋଗୀ

ଦାମୀ କାର୍‌…ଆଉ କାର୍‌ରେ ସୁନ୍ଦରୀ ଯୁବତୀ । ସାଥିରେ ଥିଲେ ଦୁଇ ଜଣ ଯୁବକ।ଏକାଠି କରୁଥିଲେ ଗଞ୍ଜେଇ ଚାଲାଣ ।ସୁବର୍ଣ୍ଣପୁର ଜିଲ୍ଲାରେ ଅପରେସନ ପ୍ରହାରକୁ ସଫଳତା । କାର୍‌ରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ବିନିକା ପୁଲିସ । ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚେକିଙ୍ଗ୍ କରୁଥିଲା । ଏହି ସମୟରେ ଏକ ନମ୍ବର ବିହୀନ ଗାଡ଼ି ଉପରେ ସନ୍ଦେହ ହେବାରୁ ଗାଡି ଅଟକାଇବାକୁ କହିଥିଲା । କିନ୍ତୁ କାର୍‌ଟି ଦ୍ରୁତ ଗତିରେ ସେଠାରୁ ଚମ୍ପଟ୍‌ ମାରିଥିଲା । ପରେ ବିନିକା ପୁଲିସ ଗାଡ଼ି ପିଛା କରି ଗୁଲାପଡା ଛକ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା କାରକୁ ଧରିଥିଲା । ହେଲେ ଗିରଫ ଭୟରେ କାର ଛାଡ଼ି ଦୁଇଜଣ ଯୁବକ ଓ ଜଣେ ଯୁବତୀଙ୍କ ସମେତ ମୋଟ ତିନି ଜଣ ଗାଡ଼ି ଛାଡ଼ି ଫେରାର ମାରିଥିଲେ । ଚାଷ ଜମି ଭିତରେ ପୁଲିସ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକ ଆଉ ଜଣେ ଯୁବତୀଙ୍କୁ ଧରି ଥିବା ବେଳେ ଆଉ ଜଣେ ଯୁବକ ଖସିଯିବାରେ ସଫଳ ହୋଇଛି । ତେବେ ଗାଡିରୁ କେତେ ପରିମାଣର ଗଞ୍ଜେଇ ରହିଛି, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ବାକି ଆଉ କେଉଁମାନେ ଏହି କାରବାରରେ ସାମିଲ ଅଛନ୍ତି । ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ