କାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି । ଆଉ କିଛି ଘଣ୍ଟା ମଧ୍ୟ୍ୟରେ ଆନ୍ଦ୍ରପ୍ରଦେଶ କାକିନାଡ଼ା ପାଖପାଖି ଅତିକ୍ରମ କରି ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣ -ପଶ୍ଚିମ ଦିଗରେ ୫୩୦ କିମି ଦୂରରେ ମୋନ୍ଥା ରହିଛି । ଗତ ୬ ଘଣ୍ଟା ମଧ୍ୟରେ ପ୍ରତି ଘଣ୍ଟା ୧୨ କିମି ବେଗରେ ସ୍ଥଳଭାଗ ଆଡ଼କୁ ଆସୁଛି ।

ଅଧିକ ପଢନ୍ତୁ

Odisha Darpan Digital