ଛଅ ସପ୍ତାହ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି | ଏତେ ବଡ଼ ସଙ୍କଟ କମିବା ସହିତ ସୁନା ଏବଂ ରୁପା ବଜାରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି । ଯୁଦ୍ଧବିରତି ଖବର ପରେ ନିବେଶକଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି ଏବଂ ସେମାନେ ନିବେଶ କରିବା ଦିଗରେ ମନ ବଳାଇଛନ୍ତି । ଫଳସ୍ୱରୂପ, ଗୋଟିଏ ଦିନରେ ରୁପାର ମୂଲ୍ୟ ପ୍ରାୟ ୧୨,୦୦୦ ଟଙ୍କା ବଢ଼ିଥିବା ବେଳେ ସୁନାରେ ହାତ ମାରିବା କାଠିକର ପାଠ ହୋଇପଡ଼ିଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୧,୪୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୮,୮୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୧,୪୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୩୮,୮୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୫୫,୦୦୦ ଟଙ୍କା ହୋଇଛି ।
