କାହିଁକି ଜାନୁଆରୀ ୨୬ ପାଳନ କରାଯାଏ ?

ଆଜି ହେଉଛି ୭୭ ତମ ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଆଜିର ଦିନରେ ସ୍ବାଧୀନ ଭାରତର ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ୧୯୫୧ ମସିହା ଜାନୁଆରୀ ୨୬ ରେ ଦେଶ ପାଳିଥିଲା ପ୍ରଥମ ଗଣତନ୍ତ୍ର ଦିବସ । ଏହି ଦିନକୁ ଭାରତବାସୀ ଆନନ୍ଦ ଉଲ୍ଲାସରେ ପାଳନ କରିଆସୁଛନ୍ତି । ପ୍ରତିବର୍ଷ ଆଜିର ଦିନରେ ଦିଲ୍ଲୀଠୁ ପଲ୍ଲୀ ସବୁଠି ଫର୍‌ ଫର୍‌ ଉଡେ ତ୍ରିରଙ୍ଗା । ନୂଆଦିଲ୍ଲୀରେ ପ୍ରତିବର୍ଷ ଭବ୍ୟ କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି । ତେବେ ଜାନୁଆରୀ୨୬ତାରିଖ ଭାରତୀୟ ଇତିହାସର ଏକ ସୁନେଲି ଫର୍ଦ୍ଦ ।୧୯୩୦ମସିହା ଆଜିର ଦିନରେ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ ଘୋଷଣା କରିଥିଲା ।ଜାନୁଆରୀ୨୬କେବଳ ଏକ ତାରିଖ ନୁହେଁ ଏହା ଦେଶବାସୀଙ୍କ ପାଇଁ ଏକ ଗୌରବର ଦିନ । ଏହି ଦିନ ଭାରତବାସୀଙ୍କୁ ସେମାନଙ୍କ ଅଧିକାର, ଉତ୍ତମ ପ୍ରଶାସନ ଏବଂ ଦେଶର ଅଖଣ୍ଡତାକୁ ମନେ ପକାଇଥାଏ । ଏହି ପବିତ୍ର ଦିନ ନ୍ୟାୟ, ସମାନତା ଏବଂ ସ୍ୱାଧିନତାକୁ ଦର୍ଶାଇଥାଏ ।କର୍ତ୍ତବ୍ୟପଠରେ ଗଣତନ୍ତ୍ର ଦିବସକୁ ଖୁବ୍ ଜାକଜକମରେ ପାଳନ କରାଯାଏ । ଭାରତ ଏହାର ସଂସ୍କୃତି ପରମ୍ପରା ଏବଂ ସାମରିକ ଶକ୍ତିକୁ ଏହି ଦିନ ପ୍ରଦର୍ଶିତ କରିଥାଏ । ଆଜିର ଦିନରେ ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏହାସହ ପରେଡ୍ ମଧ୍ୟ ହୋଇଥାଏ । ସେହିପରି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ଏବଂ ସାହସିକ ପୁରସ୍କାର ପ୍ରଦାନ କରାଯାଏ ।

ଅଧିକ ପଢନ୍ତୁ