କାହିଁକି ବନ୍ଦ ହେଲା ପୁରୁଣା ୫ ଟଙ୍କିଆ କଏନ ?

ଭାରତୀୟ ବଜାରରେ ୫ ଟଙ୍କା କଏନର ଯଥେଷ୍ଟ ଗୁରୁତ୍ୱ ରହିଛି। ହେଲେ ଏବେ ବଜାରରେ ଆଉ ପୁରୁଣା ୫ ଟଙ୍କା କଏନ ମିଳୁ ନାହିଁ। ମୋଟା ୫ ଟଙ୍କା କଏନର ଅଭାବ ଏବେ ଅନୁଭବ କରୁଥିବେ।ଏହି ମୋଟା ୫ ଟଙ୍କିଆ ମୁଦ୍ରାର ଅବୈଧ ତସ୍କରୀ ମଧ୍ୟ ଚିନ୍ତାଜନକ ହୋଇଥିଲା। ଖାସ କରି ବାଂଲାଦେଶରେ ଏହି ମୁଦ୍ରାଗୁଡିକୁ ତରଳାଇ ଏହି ଧାତୁରେ ବ୍ଲେଡ ଭଳି ସାମଗ୍ରୀ ତିଆରି ହେଉଥିଲା। ଗୋଟିଏ ମୁଦ୍ରାରୁ ୬ଟି ବ୍ଲେଡ ତିଆରି ହେଉଥିଲା ଓ ସେଥିରୁ ହେଉଥିବା ଉପାର୍ଜନ ଏହାର ଦୂରୁପଯୋଗକୁ ଆହୁରି ବଢେଇ ଦେଇଥିଲା।

ଯେତେବେଳେ ଏହି ସୂଚନା ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ)ଙ୍କୁ ମିଳିଲା ସେ ତତ୍କାଳ ଏହା ଉପରେ ଧ୍ୟାନ ଦେବା ସହ ଏହି ମୁଦ୍ରା ଉତ୍ପାଦନକୁ ରୋକି ଦେଇଥିଲେ। ଏହା ପରେ ବଜାରରୁ ଧିରେ ଧିରେ ଏହି ମୁଦ୍ରା ଗାୟବ ହେବାରେ ଲାଗିଲା। ତେବେ ଏହାକୁ ତିଆରି କରିବା ପାଇଁ ଅନେକ ମାତ୍ରାରେ ଧାତୁ ଆବଶ୍ୟକ ହେଉଥିଲା। ଆରବିଆଇ ନୂଆ ମୁଦ୍ରା ତିଆରିରେ ଅନେକ ପରିବର୍ତ୍ତନ କରିଛନ୍ତି। ନୂଆ ମୁଦ୍ରା ପୂର୍ବାପେକ୍ଷା ପତଳା ଓ ବଡ ରହୁଛି। ଏଥି ପାଇଁ ପୂର୍ବରୁ ବ୍ୟବହାର ହେଉଥିବା ଧାତୁକୁ ମଧ୍ୟ ବଦଳାଇ ଦିଆଯାଇଛି, ଯେପରି ଏହାର ଦ୍ୱିତୀୟବାର ଦୂରପଯୋଗ ନ ହୁଏ। ନୂଆ ମୁଦ୍ରାର ମେଟେରିଆଲରୁ ବ୍ଲେଡ ଭଳି ଜିନିଷ ତିଆରି ହୋଇ ପାରିବନି। ଏଣୁ ଏହାର ତସ୍କରୀ ଏବେ ବନ୍ଦ ହୋଇଯାଇଛି।

ଅଧିକ ପଢନ୍ତୁ