କାହିଁକି ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ହେଲା ପୋଷ୍ଟମର୍ଟମ୍ବ ??

ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମାହୁତି ଦେଇଥିବା ଛାତ୍ରୀ ୩ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଘଟଣାଟି ଏତେ ସମ୍ୱେଦନଶୀଳ ଥିବା ଯେ ସୌମ୍ୟାଶ୍ରୀଙ୍କ ପାଇଁ ରାତି ଅଧରେ ଶବ ବ୍ୟବଚ୍ଛେଦ କରାଗଲା । ସାଧାରଣତଃ, ଆମେ ଦେଖିଛେ ଯଦି କୌଣସି ବ୍ୟକ୍ତିଙ୍କ ରାତିରେ ମୃତ୍ୟୁ ହୋଇଯାଏ ତେବେ ହସ୍ପିଟାଲ ରାତିରେ ପୋଷ୍ଟମର୍ଟମ କରିନଥାନ୍ତି, କିନ୍ତୁ ସୌମ୍ୟାଶ୍ରୀଙ୍କ ପାଇଁ ନିୟମ ବଦଳିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏମିତି କ’ଣ ଆବଶ୍ୟକ ପଡ଼ିଲା ଯେ, ରାତି ଅଧରେ ସୌମ୍ୟାଶ୍ରୀଙ୍କ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ତେବେ ପୀଡ଼ିତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଏମ୍‌ସ ପରିସରରେ ହଠାତ୍‌ ଭିଡ଼ ଦେଖିବାକୁ ମିଳିଥିଲା। ବିଭିନ୍ନ ଦଳ ଏବଂ ସଙ୍ଗଠନର ନେତା ଓ କର୍ମୀମାନେ ସେଠାରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରି ସରକାର ବିରୋଧରେ ନାରାବାଜି ଦେଇଥିଲେ। ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ରାତିରେ ହିଁ ବ୍ୟବଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଗଲା ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି। ମୃତଦେହକୁ ଏମ୍‌ସ ପରିସରରେ ଥିବା ଶବ ବ୍ୟବଚ୍ଛେଦ ଗୃହକୁ ପଛ ଗେଟ୍‌ ଦେଇ ନିଆଯାଉଥିବାବେଳେ କେତେକ ଛାତ୍ରଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଏପରିକି କଂଗ୍ରେସ କର୍ମୀମାନେ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଥିଲା।

ଅଧିକ ପଢନ୍ତୁ

kc ads