କାହିଁକି ହାରିଲା ବିଜେଡି; କାରଣ କହିଲେ ନବୀନ

ବିଜେପିର ପ୍ରଚାର ଓ ସୋସିଆଲ ମିଡ଼ିଆ କ୍ୟାମ୍ପେନକୁ କାଉଣ୍ଟର କରିପାରଲାନି ବିଜେଡି। କ୍ଷମତାରୁ ଯିବାର ପ୍ରାୟ ୬ ମାସ ପରେ, ୨୦୨୪ ନିର୍ବାଚନରେ ପରାଜୟର କାରଣ କହିଛନ୍ତି ନବୀନ ପଟ୍ଟନାୟକ।ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ। ମୁଁ ଆଜି ତା’ର ଉତ୍ତର ଦେବି। ମୁଁ କହିବି ଆମେ ହାରି ନାହୁଁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍‌ ଭୋଟ୍‌ ପାଇଛି।

ଆମର ଭୁଲ୍‌ ହେଲା ଆମେ ସେମାନଙ୍କ ମିଛର ଠିକ୍‌ ଭାବରେ କାଉଣ୍ଟର କରି ପାରିଲୁ ନାହିଁ। ସେମାନଙ୍କ ନେଗେଟିଭ କ୍ୟାମ୍ପେନ ଓ ସୋଶାଲ ମିଡିଆରେ ଫଲ୍‌ସ ନ୍ୟାରେଟିଭ୍‌ର ଠିକ୍‌ ଭାବରେ ଆମେ କାଉଣ୍ଟର କରି ପାରିଲୁ ନାହିଁ।’ ଦଳର ମୁଖ୍ୟାଳୟ ଶଙ୍ଖ ଭବନରେ ୨୮ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ନବୀନଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏକଥା ସତ ଯେ, ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଏଥର ଉତ୍ସବ ପାଳନ ଟିକିଏ ନିରାଶ ଥିଲା। ହେଲେ ବିଜେପିର ପ୍ରଚାର ରଣନୀତି ଆଗରେ ବିଜେଡି କେମିତି ଫେଲ ମାରିଲା ସେହି କଥା କହି ପୁଣି ଚର୍ଚ୍ଚାକୁ ଫେରିଛନ୍ତି ନବୀନ।

ଅଧିକ ପଢନ୍ତୁ

Odisha Darpan Digital