କିଟ୍‌ କାଣ୍ଡ: ପୁଣି ୬ ଜଣଙ୍କୁ ନୋଟିସ୍‌

କିଟ୍‌ ଘଟଣାରେ ପିଛା ଛାଡ଼ୁନି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡ଼ୁଆ । ପୁଣି ୬ ଜଣଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରାଯାଇଛି । ଉଚ୍ଚସ୍ତରୀୟ କମିଟି ପାଖରେ ୨୭ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୬ ଜଣଙ୍କୁ ନୋଟିସ୍‌ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।୬ ଜଣଙ୍କ ମଧ୍ୟରେ ଚିଫ ପ୍ରୋକ୍ଟର ପିକେ ପଟ୍ଟନାୟକ, ହଷ୍ଟେଲ କୁଇନ କାଷ୍ଟଲ ଅଧୀକ୍ଷକ ସଂହିତା ମିଶ୍ର, ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି, ଆଇସି ମୁଖ୍ୟ ଈପସିତା ଶତପଥୀ ଏବଂ ଆଡମିନିଷ୍ଟ୍ରେଟିଭ ଅଫିସର ସିଦ୍ଧାର୍ଥ ରାୟଙ୍କୁ ନୋଟିସ ଜାରି କରାଯାଇଛି।

ଆବଶ୍ୟକ ପ୍ରମାଣପତ୍ର ସହ ହାଜର ହେବାକୁ ନୋଟିସ ହୋଇଛି। କିଟ୍‌ ବିଶ୍ୱବିଦ୍ୟାଳୟର ନେପାଳ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ମୋଟ ୧୦ଜଣଙ୍କୁ ଗିରଫ କରିଛି । ଏହାସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ୩ଜଣଙ୍କୁ ନିଲମ୍ବନ କରାଯାଇଛି। ସେପଟେ କିଟ୍ ଘଟଣାରେ ହସ୍ତକ୍ଷେପ କରିଛନ୍ତି ନେପାଳ ମାନବାଧିକାର ଆୟୋଗ। ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ଏକ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ଆୟୋଗ। ଏହା ସହ କିଟ୍‌ରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ମଧ୍ୟ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital