କିସ୍‌ ଛାତ୍ର ମୃତ୍ୟୁ ମାମଲାରେ ପୋଲିସର ବଡ଼ ଖୁଲାସା

କିସ୍‌ ଛାତ୍ର ମୃତ୍ୟୁ ମାମଲାରେ ପୋଲିସର ବଡ଼ ଖୁଲାସା । ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର ଗ୍ୟାଙ୍ଗ’ କରି କିଛି ଛାତ୍ର ତଣ୍ଟି ଚିପି ମାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି। କିସ୍‌ କର୍ତ୍ତୃପକ୍ଷ ହୃଦ୍‌ଘାତରେ ମୃତ୍ୟୁ ବୋଲି ମିଛ କହି ମୃତଦେହ ଦେଇଛନ୍ତି। ଏନେଇ ମଧ୍ୟ ସ୍ଥାନୀୟ ପୋଲିସକୁ କିସ୍‌ କର୍ତ୍ତୃପକ୍ଷ ଅବଗତ କରି ନାହାନ୍ତି। ଅବହେଳା ପାଇଁ କିସ୍‌ର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି।ପୋଲିସ ସୂଚନା ଅନୁସାରେ ଘଟଣା କିଛି ଏମିତି ଘଟିଥିଲା । ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ହଷ୍ଟେଲରେ ଡାଲି ପଡ଼ିଯିବାକୁ କେନ୍ଦ୍ର କରି ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସଂପୃକ୍ତ ଛାତ୍ରଙ୍କୁ ବାଥରୁମରେ ମାଡ଼ମାରିଥିଲେ । ତଣ୍ଟି ଚିପି ହତ୍ୟା କରିଥିଲେ ସହପାଠୀ। ତେବେ ଘଟଣାକୁ ଚପାଇବାକୁ ଜୋରଦାର ଉଦ୍ୟମ କରିଥିଲେ କିସ୍ କର୍ତ୍ତୃପକ୍ଷ। ପୁଅ ବାଥରୁମ୍ ଯିବା ବେଳେ ବାଥରୁମରେ ପଡ଼ି ଜୀବନ ଯାଇଥିବା ପରିବାରକୁ ସୂଚନା ଦେଇଥିଲା କିସ୍। ସେତେବେଳେ ସ୍କୁଲ କର୍ତ୍ତୃପକ୍ଷ କହିଥିଲେ, ପାଇଖାନାରେ ପଡ଼ି ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ପ୍ରଶ୍ନ ଥିଲା ତଳେ ପଡ଼ିଲେ ବେକରେ କିଭଳି ଦାଗ ହେବ। ଘଟଣା ଘଟିବା ପରେ ପୁଅ ମୃତ୍ୟୁରେ ନ୍ୟାୟ ପାଇଁ ଦାବି କରିଥିଲେ ତାଙ୍କ ମା । ତେବେ ଅବହେଳା ପାଇଁ କିସ୍‌ର ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ ଗିରଫ ହୋଇଛନ୍ତି। କେନ୍ଦୁଝର ଟାଉନ ଥାନାରେ ଜିରୋ ଏଫଆଇଆର୍‌ ହୋଇଥିଲା। ଏହା ପରେ ମାମଲା ସ୍ଥାନୀୟ ଥାନାକୁ ଆସିଲା ପରେ ତଦନ୍ତ କରି ଧରିଛୁ ବୋଲି ପୋଲିସ କମିଶନର କହିଛନ୍ତି। ସେ କହିଛନ୍ତି, ବିନା ପୋଷ୍ଟମର୍ଟମରେ କିମ୍ସ କିପରି ମୃତଦେହ ଦେଲା ତାହାର ମଧ୍ୟ ତଦନ୍ତ ଚାଲିଛି।

ଅଧିକ ପଢନ୍ତୁ