କୁକୁରମାନଙ୍କୁ ନେଇ ସୁପ୍ରିମ୍କୋର୍ଟଙ୍କ ସଂଶୋଧିତ ରାୟ ପରେ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ କଡାକଡି ପାଳନ କରିବ ବିଭାଗ । ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା ମଧ୍ୟ କରିବ ।ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଏବଂ ଟୀକାକାରଣ କରାଯିବ । ଏହାସହ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ । ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ ଆଶ୍ରୟ ସ୍ଥଳରେ ରଖାଯିବ । ରାଜ୍ୟରେ ଅଛନ୍ତି ୭ ଲକ୍ଷ ବୁଲା କୁକୁର ଏବଂ ପୋଷା କୁକୁର ଅଛନ୍ତି ୬୪ ହଜାର ।କିନ୍ତୁ ଏବେ ବୁଲା କୁକୁରଙ୍କୁ ରାସ୍ତା କଡ଼ରେ ଖାଇବାକୁ ନଦେବାକୁ ମୁନିସିପାଲିଟି ସଚେତନ କରିବ। ଏହାସହ ପ୍ରତି ମୁନିସିପାଲିଟି ଅଞ୍ଚଳରେ ମୁନିସିପାଲିଟି କର୍ମଚାରୀ ଚିକେନ୍ ମଟନ୍ ଦୋକାନୀଙ୍କୁ ତଦାରଖ କରିବେ। ବଳକା ମାଂସ ଏଣେତେଣେ ନପକାଇବାକୁ ଓ ବୁଲା କୁକୁରଙ୍କୁ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେଟ୍ ମଟନ୍ ନକାଟି ନିର୍ଦ୍ଧିଷ୍ଟ ସ୍ଥାନରେ କାଟିବେ। ଏନେଇ ବିଭାଗ ପକ୍ଷରୁ ସମସ୍ତ ମୁନିସିପାଲିଟିକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ। ସାମଜିକ ସଙ୍ଗଠନ ଓ ଏନଜିଓମାନେ ବୁଲା କୁକୁରଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।
