କୁକୁର ପାଇଁ ବୋହୂଙ୍କ ବିରୋଧରେ ହାଇକୋର୍ଟରେ ଫେରାଦ ଦେଲେ ଶାଶୁ

ବୋହୁ ନେଇଗଲା ପୋଷା କୁକୁର । କୋର୍ଟରେ ପହଞ୍ଚିଲା ମାମଲା । ଏଭଳି ଭିତ୍ତିହିନ ଅଭିଯୋଗ ପାଇଁ ଏବେ ତଣ୍ଡ ଗଣିବେ ଅଭିଯୋଗକାରୀ । ସେପଟେ ହାଇକୋର୍ଟରେ କେସ ଚାଲିଲା ସତ। ହେଲେ ଓଲଟା ଶାଶୁଙ୍କ ଉପରେ ଜୋରିମାନା ଲଗାଇଦେଲେ ହାଇକୋର୍ଟ। ତେବେ କାହିଁକି? ଶାଶୂ ତ କେସ୍ କରିଥିଲେ ତାହାଲେ ହାଇକୋର୍ଟ ଓଲଟା ତାଙ୍କ ଉପରେ ଜୋରିମାନା କାହିଁକି ଲଗାଇଲେ?ସୂଚନା ଅନୁସାରେ, କଟକର ଜଣେ ମହିଳା ତାଙ୍କ ଯୌତୁକ ସାମଗ୍ରୀ ସହ ଘରର ପୋଷା କୁକୁରକୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳାଙ୍କ ଶାଶୁଘର ଲୋକେ । ବାସ୍ତବରେ ମହିଳା ଜଣଙ୍କ ନିଜ ସ୍ଵାମୀଙ୍କ ଠାରୁ ଅଲଗା ରହୁଛନ୍ତି ।

ତେବେ ମହିଳା ଜଣଙ୍କ ନିଜ ଘରକୁ ଯିବା ବେଳେ ତାଙ୍କ ସାଙ୍ଗରେ ଘରର ପୋଷା କୁକୁରକୁ ନେଇଯାଇଥିଲେ । ତେବେ କୁକୁରକୁ ଯୌତୁକରେ ନ ଆଣି ବି ସେ କାହିଁକି ତାକୁ ନେଲେ ସେ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଶାଶୁଘର ଲୋକ। ଏହି ମାମଲାରେ ଆବେଦନକାରୀଙ୍କୁ କଡ଼ା ଭର୍ତ୍ସନା କରିବା ସହ ଏଭଳି ଆବେଦନ ହାଇକୋର୍ଟରେ କରି ଅଯଥା ଅଦାଲତର ସମୟ ନଷ୍ଟ ଏକରିଛନ୍ତି ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି । ଏଭଳି ଏକ ମାମଲା କରି ଅଦାଲତଙ୍କ ସମୟ ନଷ୍ଟ କରିଥିବାରୁ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ। ଜରିମାନା ବାବଦକୁ ହଜାରେ ଟଙ୍କା ହାଇକୋର୍ଟ ବାର୍ ଆସୋସିଏସନ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢନ୍ତୁ

kc ads