କୁନି ଝିଅ-ସ୍ୱାମୀ ସାମ୍ନାରେ ପୁତୁରା ହାତରୁ ସିନ୍ଦୁର ପିନ୍ଧିଲା ଖୁଡ଼ି

ବିହାରର ଜାମୁଇ ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଖୁଡ଼ି ନିଜ ପିଲାଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ଧରିଛନ୍ତି ପୁତୁରା ହାତ ।ପାଟନାର ରାଜୀବ ନଗରର ଆୟୁଷୀ କୁମାରୀ ପ୍ରଥମ ବିବାହ ୨୦୨୧ରେ ବିଶାଳ ଦୁବେଙ୍କ ସହିତ କରିଥିଲେ। ତାଙ୍କର ଏକ ଝିଅ ଅଛି। ଦୁଇ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ପୁତୁରା ସଚିନ ଦୁବେ ଆୟୁଷୀଙ୍କ ଜୀବନରେ ପ୍ରବେଶ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ବଢ଼ିଥିଲା ଯେ, ଶେଷରେ ମହିଳା ଜଣକ ଘର ଭାଙ୍ଗି ଯାଇଥିଲା। ଶେଷରେ, ସଚିନ ଏବଂ ଆୟୁଷୀ ଗାଁ ମନ୍ଦିରରେ ବିଶାଳ ଦୁବେ (ପ୍ରଥମ ସ୍ବାମୀ)ଙ୍କ ସମ୍ମୁଖରେ ବିବାହ କରିଥିଲେ।ଘଟଣାକୁ ନେଇ ଆୟୁଷୀଙ୍କ ପୂର୍ବତନ ସ୍ୱାମୀ କହିଛନ୍ତି, ଆୟୁଷୀ ଯେଉଁଥିରେ ଖୁସି ମୁଁ ତାହା କରିବି । ତାକୁ କୌଣସି କାର୍ଯ୍ୟରେ ମୁଁ କେବେ ଅଟକାଇ ନାହିଁ । ବର୍ତ୍ତମାନଠାରୁ ତା’ ଦାୟିତ୍ୱ ନେବ ସଚିନ ।ତଥାପି ଏହି ସମ୍ପର୍କକୁ ନେଇ ଗାଁରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା। ଅନେକ ଗାଁ ଲୋକ ଏହି ବିବାହକୁ ସାମାଜିକ ପରମ୍ପରା ବିରୋଧରେ ବୋଲି କହିଥିଲେ ଏବଂ ଖୋଲାଖୋଲି ବିରୋଧ କରିଥିଲେ।

ଗାଁ ଲୋକଙ୍କ ପ୍ରବଳ ବିରୋଧ ଏବଂ ସାମାଜିକ ଚାପ ଯୋଗୁ ସଚିନ ଏବଂ ଆୟୁଷୀ ଏବେ ଅନ୍ୟ ଏକ ସ୍ଥାନ ଖୋଜୁଛନ୍ତି। ସେମାନଙ୍କ ଝିଅ ବର୍ତ୍ତମାନ ତାଙ୍କ ବାପା ବିଶାଳଙ୍କ ପାଖରେ ଅଛି।

ଅଧିକ ପଢନ୍ତୁ

kc ads