କୁନୋ ନ୍ୟାସନାଲ ପାର୍କରେ ଆଉ ଏକ ଚିତା ବାଘର ମୃତ୍ୟୁ। ନାମିବ୍ୟାରୁ ଆସିଥିବା ଚିତାବାଘଙ୍କ ମଧ୍ୟରୁ ଗତ କାଲି ଶୌର୍ଯ୍ୟ ନାମକ ଚିତା ବାଘର ମୃତ୍ୟୁ ହୋଇଛି। ହାକୁ ମିଶାଇ କୁନୋ ନ୍ୟାଶନାଲ ପାର୍କରେ ୧୦ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି।
ଏଥିରେ ୭ ଚିତା ଏବଂ ୩ ଶାବକ ସାମିଲ ରହିଛନ୍ତି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଚିତା ମୃତ୍ୟୁର କାରଣ ଜଣାପଡ଼ିବ।ଭାରତରେ ୭୦ ବର୍ଷ ପୂର୍ବେ ଲୋପ ପାଇଯାଇଥିବା ଚିତାଙ୍କ ବଂଶ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ‘ପ୍ରୋଜେକ୍ଟ ଚିତା’ରେ ଦୁଇଟି ପର୍ଯ୍ୟାୟରେ ନାମିବିୟାରୁ ୨୦ଟି ଚିତା ଆଣିଥିଲେ। ଏଗୁଡ଼ିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ସେପ୍ଟେମ୍ବର ୨୦୨୨ରେ ପ୍ରଥମ ପର୍ଯ୍ୟାୟ ଓ ୨୦୨୩ ଫେବ୍ରୁଆରୀରେ ଦ୍ୱିତୀୟ ପର୍ଯ୍ୟାୟରେ ଚିତା ଅଣାଯାଇଥିଲା।