କୁମ୍ଭୀର ଆକ୍ରମଣକୁ ଦୃଷ୍ଟିରେ ରଖି ନଦୀପଠାରେ ଚିହ୍ନଟ ହେବ ବ୍ଲାକସ୍ପଟ୍

କୁମ୍ଭୀର ଆକ୍ରମଣକୁ ଦୃଷ୍ଟିରେ ରଖି ଜଙ୍ଗଲ ବିଭାଗର ମାଷ୍ଟର ପ୍ଲାନ । ଏଣିକି ନଦୀ ତଟରେ ଚିହ୍ନଟ ହେବ ବ୍ଲାକସ୍ପଟ୍ । ବ୍ୟାରିକେଡ କରାଯିବା ସହ ସାଇନବୋର୍ଡ ଲଗାଇବ ଜଙ୍ଗଲ ବିଭାଗ ।ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ନଦୀ ତଟରେ ବ୍ଲାକ୍ ସ୍ପଟ୍ ଚିହ୍ନଟ କରାଯିବା ସହ ବ୍ୟାରିକେଡ୍ କରାଯିବ । ଏହାସହ ସତର୍କତା ସାଇନ୍ ବୋର୍ଡ ଲାଗିବ । ଯେଉଁ ସ୍ଥାନରେ କୁମ୍ଭୀରଙ୍କ ଗତିବିଧି ଅଧିକ ରହୁଛି ସେ ସ୍ଥାନରେ ସରକାର ଅଧିକ ସତର୍କତା ଅବଲମ୍ବନ କରିବେ । କେନ୍ଦ୍ରାପଡ଼ା ଓ ଜଗତସିଂପୁରରେ ଅଧିକ ବ୍ଲାକ୍ ସ୍ପଟ୍ ଚିହ୍ନଟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital