କୃଷକଙ୍କ ମୁହଁରେ ହସ ଫୁଟାଇଲେ ମୋଦି ସରକାର

କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ କୃଷି କ୍ଷେତ୍ର ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ତର୍ଭୁକ୍ତ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତ, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ କ୍ୟାବିନେଟ ସୋମବାର ୭ଟି ପ୍ରମୁଖ ନିଷ୍ପତ୍ତି ନେଇଛି।

  • ପ୍ରଥମଟି ହେଉଛି ଡିଜିଟାଲ କୃଷି ମିଶନ । କୃଷି ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭଳି ଏହାର ବିକାଶ କରାଯାଉଛି। କିଛି ଭଲ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି ଏବଂ ଆମେ ସଫଳତା ପାଇଛୁ । ଏହାକୁ ଆଧାର କରି ମୋଟ ୨,୮୧୭ କୋଟି ଟଙ୍କା ବିନିଯୋଗରେ ଡିଜିଟାଲ କୃଷି ମିଶନ ପ୍ରତିଷ୍ଠା କରାଯିବ।”
  • ଦ୍ୱିତୀୟ ନିଷ୍ପତ୍ତି ଖାଦ୍ୟ ଓ ପୋଷଣ ନିରାପତ୍ତା ସହ ଜଡ଼ିତ। ୨୦୪୭ ପାଇଁ ଜଳବାୟୁ ସହନଶୀଳ ଫସଲ ବିଜ୍ଞାନ ଏବଂ ଖାଦ୍ୟ ନିରାପତ୍ତା ଏବଂ ପୋଷଣ ନିରାପତ୍ତା ପାଇଁ ଆମେ ଆମର କୃଷକ, ଆମ ର କୃଷି ସମୁଦାୟକୁ କିପରି ପ୍ରସ୍ତୁତ କରିପାରିବା । ଏହାକୁ ଦୃଷ୍ଟିରେ ରଖି ୩୯୭୯ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ୬ଟି ସ୍ତମ୍ଭ ସ୍ଥାପନ କରାଯାଇଛି।
  • ସେହିପରି ଗୁଜରାଟର ସାନନ୍ଦଠାରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ କଣାସ ସେମିକନ୍ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରସ୍ତାବିତ ୟୁନିଟ୍ ୩,୩୦୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ। ଏହି ୟୁନିଟ୍ର କ୍ଷମତା ଦୈନିକ ୬୦ ଲକ୍ଷ ଚିପ୍ସ ରହିବ। ୩୦୯ କିଲୋମିଟର ଲମ୍ବର ନୂଆ ଲାଇନ୍ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ।
  • ପଶୁ ସ୍ବାସ୍ଥ୍ୟ ପାଇଁ ସରକାର ୧,୭୦୨ କୋଟି ଟଙ୍କା ଯୋଜନା ଅନୁମୋଦନ କରିଛନ୍ତି।ଓ ଉଦ୍ୟାନ କୃଷିର ବିକାଶ ପାଇଁ ୮୬୦ କୋଟି ଟଙ୍କା ଏବଂ କୃଷ୍ଣ ବିଜ୍ଞାନ କେନ୍ଦ୍ର ପାଇଁ ୧,୨୦୨ କୋଟି ଟଙ୍କା ଆବଣ୍ଟନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।

ଅଧିକ ପଢନ୍ତୁ

Odisha Darpan Digital