କୃଷି ଅଧିକାରୀଙ୍କ ସଚିବଙ୍କ ଚେତାବନୀ, ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ପାଇଁ ବିଜ୍ଞପ୍ତି ଜାରି । କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରିକରି କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ । କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ ।ଅଗଷ୍ଟ ୩୧ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗ ଦେବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥି ପାଇଁ ସେହି ଅଧିକାରୀ ହିଁ ଦାୟୀ ରହିବେ। ଏପରିକି ଅଧିକାରୀମାନଙ୍କର ଦରମା ମଧ୍ୟ କରାଯିବ । ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ। ସେହିପରି ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟ, ଅଧିକାରୀମାନଙ୍କୁ ଆଦେଶର ଅନୁପାଳନ ଉପରେ ନଜର ରଖିବାକୁ କୁହାଯାଇଛି । ଏପରିକି କାର୍ଯ୍ୟସ୍ଥଳରେ ଯୋଗଦାନ ନ ଦେଉଥିବା ମାମଲା ଗୁଡ଼ିକୁ ବିଭାଗରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

ଅଧିକ ପଢନ୍ତୁ