ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତୃତୀୟ ନୋଟିସ ପଠାଇଛି। ତେବେ ଇଡିର ତୃତୀୟ ନୋଟିସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ହାଜର ହେବାକୁ ଗଲେ ନାହିଁ । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଏଜେନ୍ସିଙ୍କୁ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ‘ଇଡି ତଦନ୍ତରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ଏଜେନ୍ସିର ନୋଟିସ ବେଆଇନ ଅଟେ’। ଅନ୍ୟପଟେ ସିଏମ୍ଙ୍କ ବାସଭବନ ବାହାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି | ନିର୍ବାଚନ ପୂର୍ବରୁ କାହିଁକି ନୋଟିସ ପଠାଯାଇଛି ବୋଲି ଦଳ ପ୍ରଶ୍ନ କରିଛି। କେଜ୍ରିଓ୍ବାଲଙ୍କୁ ଗିରଫ କରିବା ସେମାନଙ୍କର ଉଦ୍ଦେଶ୍ୟ।କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର କରାଇ ନଦେବା ପାଇଁ ସେମାନେ ଚାହୁଁଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଡିସେମ୍ୱର 22ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତୃତୀୟ ଥର ପାଇଁ କେଜ୍ରିୱାଲଙ୍କୁ ନୋଟିସ୍ ଜାରି କରିଥିଲା । କିନ୍ତୁ ପୂର୍ବରୁ ଦୁଇ ନୋଟିସକୁ ବି ସେ ଅଣଦେଖା କରି ଏହାକୁ ବେଆଇନ ଏବଂ ରାଜନୀତିରୁ ପ୍ରେରିତ ବୋଲି କହିଥିଲେ ।