କେନ୍ଦୁଝରରେ ଷ୍ଟିଲ୍ ପ୍ଲାଣ୍ଟ କରିବ JSW

କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ । ସରକାରଙ୍କ ସହ MOU ସ୍ଵାକ୍ଷର କଲା ଜେଏସ୍‌ଡ଼ବ୍ଲୁ । କେନ୍ଦୁଝରରେ ଆଇରନ ବେଲ୍ଟ ଥିବାରୁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ୫ ମିଲିୟନ ଟନ୍ ଉତ୍ପାଦନ ପ୍ଲାଣ୍ଟ ହେବ । ପୋସ୍କୋ ସହ କରିବୁ କି ଆମେ ନିଜେ କରିବୁ ପରେ ନିଷ୍ପତ୍ତି ନେବୁ ବୋଲି ଜେଏସ୍‌ଡବ୍ଲୁ ମୁଖ୍ୟ ସଜନ ଜିନ୍ଦଲ କହିଛନ୍ତି । ସେହିଭଳି ରାୟଗଡ଼ାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବେଦାନ୍ତ । ଏନେଇ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ଅନୀଲଙ୍କ କହିବା ମୁତାବକ, ବେଦାନ୍ତ ୧ ଲକ୍ଷ କୋଟି ଟଙ୍କାର ନିବେଶ କରିବ ।

ତେବେ ବେଦାନ୍ତର ଏହି ନିବେଶ ଯୋଗୁଁ ଓଡ଼ିଶାରେ ଅନେକ ନିଯୁକ୍ତି ସୃଷ୍ଟି ହେବ ।ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ନିବେଶକ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ ହେବ। ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏବଂ ୮ ଟି ଏମୟୁ ସ୍ବାକ୍ଷର କରିବା ଆମ ପାଇଁ ବହୁତ ବଡ଼ କଥା। ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି । ସମସ୍ତେ ଆସନ୍ତୁ,ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ । ମାଲକାନଗିରି, ରାୟଗଡା, କେନ୍ଦୁଝର ଫୁଡ଼ ପ୍ରୋସେସିଂ ପାଇଁ ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ

Odisha Darpan Digital