କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ । ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ମଧ୍ୟରେ କ୍ୟାମେରା ଟ୍ରାପ ସର୍ଭେ ହେବ । ବର୍ତ୍ତମାନ ସୁଦ୍ଧା ଚାଲିଥିବା ପ୍ରାଥମିକ ସର୍ଭେରୁ ଅଟେଇ ସଂରକ୍ଷିତ ଜଙ୍ଗଲ ଓ ତେଲକୋଇ ଜଙ୍ଗଲରେ ସର୍ଭେରୁ କ୍ୟାଟ୍ ଫ୍ୟାମିଲିର ଓ କଲରାପତରିଆ ବାଘର ଅନେକ ଚିହ୍ନ ମିଳିଛି । ଦୁଇ ତିନି ବର୍ଷ ଧରି ଏହି ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ଥର ମହାବଳ ବାଘ ମଧ୍ୟ ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ତାର ସ୍ଥିତି ଜାହିର କରିଛି ।ଦୁଇ ତିନି ବର୍ଷ ଧରି ଏହି ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଅନେକ ଥର ଏହି ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଜର ସ୍ଥିତି ଯାହିର କରିଛି ମହାବଳ ବାଘ ।
