କେନ୍ଦ୍ରାପଡ଼ାରେ ଜାନୁଆରୀ ୧୭ ଓ ୨୨ରେ ବନ୍ଦ ରହିବ ମଦ ବିକ୍ରି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଏବଂ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ରହିବ ଜିଲ୍ଲାର ସବୁ ମଦ ଦୋକାନ। ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ। ତେବେ ଜାନୁଆରୀ ୧୭ ଓ ୨୨ରେ ଜିଲାରେ ମଦ ବିକ୍ରି ବନ୍ଦ।ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡ଼ି, ଦେଶୀ ମଦ ଦୋକାନ ବନ୍ଦ ରହିବ।

ବିଭିନ୍ନ ସ୍ଥାନରେ ଭିଡ଼ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଓଡ଼ିଶା ଅବକାରୀ ଆଇନ-୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital