କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା ପୁରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟ କରିଛି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୀଡିତାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ। ବଡ଼ପଡ଼ା ମହାବିଦ୍ୟାଳୟର ଯୁକ୍ତି ତିନି ତୃତୀୟ ବର୍ଷ ଛାତ୍ରୀ କିରାସିନ ଢାଳି ହୋଇ ନିଜକୁ ଜାଳି ଦେଇଛନ୍ତି । ଛାତ୍ରୀ ଜଳିଯିବା ଖବର ଆସିବା ପରେ ତୁରନ୍ତ ହସ୍ତକ୍ଷେପ କରିଥିଲା ରାଜ୍ୟ ପୁଲିସ । ତେବେ ଗ୍ରାମାଞ୍ଚଳ ଥାନା ଏଏସ୍ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ । ଏଏସ୍ଆଇଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଛି।
