କେନ୍ଦ୍ରାପଡ଼ା ଛାତ୍ରୀ ଆତ୍ମାହୂତି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବ, ଯଦି ପୋଲିସ ଆରମ୍ଭରୁ ପଦକ୍ଷେପ ନେଇଥାନ୍ତା,ଆଜି ସେହି ଛାତ୍ରୀ ଜଣକ ଜୀବିତ ଥାଆନ୍ତେ । ପୋଲିସ ଏତଲା ରଖିଲା ନାହିଁ । ମାମଲାକୁ ଖାମଖିଆଲି ଭାବେ ନେଇ ଅଶ୍ଲୀଳ ଭିଡିଓ ଡିଲିଟ କରିବାକୁ ଓ ମୋବାଇଲ ସ୍ଵିଚ୍ ଅପ୍ କରିବାକୁ କହି ଚୁପ୍ ବସିଲା। ଯଦି ଆରମ୍ଭରୁ ଆକ୍ସନ ନେଇଥାନ୍ତା, ତେବେ ଏତେ ବଡ଼ ଅଘଟଣ ଘଟିନଥାନ୍ତା। ତା ପରିଣାମରେ ଆଜି ଝିଅଟିର ଜୀବନ ଚାଲିଗଲା । ପୋଲିସ ହେଲମେଟ୍ ଚେକ୍ କରୁଛି । ପୋଲିସ କାହିଁକି ଅଭିଯୋଗ ରଖିଲା ନାହିଁ । ପୋଲିସ ଘଟଣା ଘଟିବାର ୪ ଘଣ୍ଟା ପରେ ପହଞ୍ଚିଲେ କାହିଁକି । ପୋଲିସ ଡିଜିପି ନିର୍ଦ୍ଦେଶ ଦେବେ କି ତଦନ୍ତ ପାଇଁ ? ସେ ପିଲା କିଏ, କାହିଁକି ଏଫ୍ଆଇଆର ରଖାଗଲା ନାହିଁ ? ଏ ସମସ୍ତ ଘଟଣାର ତଦନ୍ତ ହେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ । ବିଗତ ଘଟଣା ଗୁଡ଼ିକରେ ପୋଲିସର ସମ୍ପୃକ୍ତି ରହିଛି । କି କାର୍ଯ୍ୟାନୁଷ୍ଠାନ ନେବେ । ନିଲମ୍ବନ କି ବଦଳି କଲେ ସମାଧାନ ହେବନି ବୋଲି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଏବଂ ବିଜେଡ଼ି ବିଧାୟକ ଧ୍ରୁବ ସାହୁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସାରା ରାଜ୍ୟରେ ନାରୀ ହିଂସା ବଢ଼ିଛି । ଦୁଷ୍କର୍ମ ବଢ଼ିଛି । ଏଥିରୁ ଲାଗୁଛି ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ। ପୋଲିସ ଅପାରଗ ପାଲଟି ଯାଇଛି । ଉପଯୁକ୍ତ ପଦକ୍ଷେପ ନେଇ ଲୋକଙ୍କୁ ସୁରକ୍ଷା ଦେବାକୁ ଡିଜିପିଙ୍କ ନିକଟରେ ଦାବି କରିଛି ବିଜେଡି।
