କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣା; ତଦନ୍ତ ପାଇଁ ନିର୍ଦ୍ଦେଶ- ଡିଜିପି

ବାଲେଶ୍ବର ଏଫ୍‌ଏମ୍‌ କଲେଜ୍, ପୁରୀ ବଳଙ୍ଗା ପରେ ଏବେ କେନ୍ଦ୍ରାପଡା । ପୁଣି ଜଳିଗଲେ ଆଉ ଜଣେ ଯୁବତୀ । ରାଜ୍ୟରେ ଏବେ ଦିନକୁ ଦିନ ଏଭଳି ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିଜକୁ ଜାଳି ଦେବାକୁ ପଛାଉ ନାହାନ୍ତି ଯୁବପିଢି । କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଣି ଜଣେ ଯୁବତୀ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି । ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ କେନ୍ଦ୍ରାପଡା ଏସପିଙ୍କୁ ପୋଲିସ ଡିଜି ୱାଇ.ବି.ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ଯାଇ କେଉଁ ପରିସ୍ଥିତିରେ ଛାତ୍ରୀ କଲେ ଆତ୍ମହତ୍ୟା ତଦନ୍ତ କରି ରିପୋର୍ଟ ଦିଅ । ଅନ୍ୟପଟେ ଘଟଣାସ୍ଥଳରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କହିଛନ୍ତି, ଆମେ ଘଟଣାର ତଦନ୍ତ ଆରମ୍ଭ କରିବୁ । ବାପା, ମାଙ୍କ ସହ କଥା ହୋଇଛି । ଭାଙ୍ଗି କରି ଭିତରକୁ ପଶିଥିଲେ ବାପା ମା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ପଲେଇ ବାବୁ ଅଭିଯୋଗ ଯଦି ରଖିନଥିବେ ତଦନ୍ତ ହେବ । ତଦନ୍ତ ପରେ ସବୁ ସତ ପଦାକୁ ଆସିବ । ବାପାଙ୍କ ଅଭିଯୋଗର ତଦନ୍ତ କରାଯିବ । ଘଟଣା ନିଜେ ତଦନ୍ତ କରିବେ କହିଛନ୍ତି ଏସ୍‌ପି । ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।

ଅଧିକ ପଢନ୍ତୁ