ଓଡ଼ିଶା କ୍ୟାଡ଼ରର ୩ ଜଣ ଆଇଏଏସ୍ଙ୍କୁ ନୂଆ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ଆଇଏଏସ୍ ନିକୁଞ୍ଜ ଧଳ । କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ମିଳିଲା ନିଯୁକ୍ତି । ୧୯୯୩ ବ୍ୟାଚ୍ର ଆଇଏଏସ୍ ହେଉଛନ୍ତି ନିକୁଞ୍ଜ ଧଳ । ଜୁଲାଇ ୧ରୁ ଦାୟିତ୍ବ ଗ୍ରହଣ କରିବେ । ପୂର୍ବରୁ ସେ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିଲେ ।ନିକୁଞ୍ଜଙ୍କ ପରେ କିଏ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ବ ତୁଲାଇବେ ତାକୁ ନେଇ ଚର୍ଚ୍ଚା |କାରଣ ନିକୁଞ୍ଜ ବିହାରୀ ଧଳ ଥିଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ। ଆଉ ଏବେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ତେଣୁ ସେ ଏବେ ଦିଲ୍ଲୀରେ ରହିବେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ କିଏ ହେବେ ତା ଉପରେ ସମସ୍ତଙ୍କ ନଜର।ସେପଟେ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୪ ବ୍ୟାଚ୍ର ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ବ ମିଳିଛି । ସେ ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜୀ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଏଥି ସହିତ ରଞ୍ଜନା ଚୋପ୍ରାଙ୍କୁ ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି ।
