୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। କମିଶନ ଆଗାମୀ ୧୮ ମାସ ମଧ୍ୟରେ ସରକାରଙ୍କୁ ତାଙ୍କର ସୁପାରିଶ ଦାଖଲ କରିବେ, ଯାହା ପରେ ୨୦୨୭ରୁ ଦରମା ଏବଂ ପେନସନ ବୃଦ୍ଧି ଲାଗୁ କରାଯାଇପାରିବ।କ୍ୟାବିନେଟର ସୂଚନା ମୁତାବକ ଅଷ୍ଟମ ବେତନ କମିସନ ପାଇଁ ଏକ ଅସ୍ଥାୟୀ କମିଟି ହେବ । ଏଥିରେ ଜଣେ ଚେୟାର ପର୍ସନ, ଜଣେ ପାର୍ଟ ଟାଇମ୍ ମେମ୍ବର ଓ ଜଣେ ମେମ୍ବର ସେକ୍ରେଟାରୀ ସାମିଲ ହେବେ । ସରକାର କହିଛନ୍ତି କି, ଟର୍ମସ ଅଫ୍ ରେଫରାନ୍ସ ପ୍ରସ୍ତୁତ ବେଳେ ମନ୍ତ୍ରଣାଳୟ, ରାଜ୍ୟ ଓ କର୍ମଚାରୀଙ୍କ ପ୍ରତିନିଧୀଙ୍କ ପରାମର୍ଶ ନିଆଯିବ । ନୂତନ କମିଟିରେ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଚେୟାରମ୍ୟାନ ହେବେ । ତାଙ୍କ ସହ ପ୍ରଫେସର ପୁଲକ ଘୋଷ ଓ ପଙ୍କଜ ଜୈନ ସାମିଲ ହେବେ । ଆଶା କରାଯାଉଛି କି, ଏଥିରେ ସାଲାରୀ ଷ୍ଟ୍ରକଚର ଓ ଅନ୍ୟାନ୍ୟ ଭତ୍ତାରେ ସୁଧାର ହେବ ।
