ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍ (ପିଏଲବି) ପ୍ରଦାନକୁ ଅନୁମୋଦନ ଓ ଘୋଷଣା କରିଛି।ରେଳ କର୍ମଚାରୀଙ୍କ ଭଲ ପ୍ରଦର୍ଶନ ଆଧାରରେ ଏହି ବୋନସ୍ ମିଳିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । ଏହାବ୍ୟତୀତ ଚେନ୍ନାଇ ମେଟ୍ରୋ ଫେଜ୍-ଟୁ’କୁ ମଧ୍ୟ ମଞ୍ଜୁରୀ ମିଳିଛି । ଯେଉଁଥିପାଇଁ ଖର୍ଚ୍ଚ ହେବ ୬୩ ହଜାର ୨୪୬ କୋଟି ଟଙ୍କା । ଆଉ ୫ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ବେଙ୍ଗଲି, ମରାଠୀ, ଅହମିୟା, ପାଲି ଓ ପ୍ରାକୃତ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିବ । ପୂର୍ବରୁ ୬ଟି ଭାଷା ଓଡ଼ିଆ, ସଂସ୍କୃତ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲୟାଲମ୍ ଭାଷାକୁ ଶାସ୍ତ୍ରୀ ମାନ୍ୟତା ଦିଆଯାଇଥିଲା । ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଏବଂ କୃଷି ଉନ୍ନତି ଯୋଜନା ଅଧୀନରେ କୃଷକମାନଙ୍କ ଆୟ ବଢାଇବା ଓ ମଧ୍ୟମ ବର୍ଗ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଉପରେ କ୍ୟାବିନେଟ୍ ମୋହର ବାଜିଛି । ଏହି ଦୁଇ ଯୋଜନା ପାଇଁ ୧ ଲକ୍ଷ ୧ ହଜାର ୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।