କେନ୍ଦ୍ର ସରକାରଙ୍କ ସ୍ପଷ୍ଟିକରଣ-TikTok କୁ ଅନବ୍ଲକ୍ କରିବା ଖବର ମିଛ

ଟିକ୍‌ଟକ୍‌ ପୁଣି ଭାରତ ଫେରୁଥିବା ନେଇ ଚର୍ଚ୍ଚା ଉପରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟିକରଣ । ଏହି ଚୀନ ଭିଡିଓ ଆପର ୱେବସାଇଟ୍ ଖୋଲିବା ପରେ ପୁଣି ଭାରତକୁ ଟିକ୍‌ଟକ୍‌ ଫେରିବ ବୋଲି ଚର୍ଚ୍ଚା ଆଲୋଚନା ହେଉଥିଲା । କିନ୍ତୁ ସରକାର ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି। ଭାରତ ସରକାର TikTok କୁ ଅନବ୍ଲକ୍ କରିବା ପାଇଁ କୌଣସି ଆଦେଶ ଜାରି କରିନାହାନ୍ତି । ଏପରି କୌଣସି ବିବୃତି କିମ୍ବା ଖବର ମିଛ ଓ ବିଭ୍ରାନ୍ତିକର । ୨୦୨୦ ମସିହାରେ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ଓ ଗୋପନୀୟତାକୁ ନେଇ ଟିକଟକ୍ ସମେତ ଚୀନର ଅନେକ ଆପକୁ ପ୍ରତିବନ୍ଧିତ କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରତିବନ୍ଧକକୁ ହଟାଇବା ପାଇଁ କୌଣସି ସରକାରୀ ନିଷ୍ପତ୍ତି କିମ୍ବା ଘୋଷଣା କରାଯାଇନାହିଁ । ଏପରି ମିଛ ଖବରରୁ ସଚେତନ ରହିବାକୁ ଦିଆଯାଇଛି ପରାମର୍ଶ । କିଛି ୟୁଜର୍ସ ଶୁକ୍ରବାର ସନ୍ଧ୍ୟାରେ ଟିକଟକ ୱେବସାଇଡ ଖୋଲିଥିବା ନେଇ ଦାବି କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ୟୁଜର୍ସ ଏଥିରେ ଲଗଇନ କରିପାରୁନାହାଁନ୍ତି ଅବା ଭିଡିଓ ଦେଖିପାରୁନାହାଁନ୍ତି । କିନ୍ତୁ ଏବେବି ଟିକଟକ ଆପ, ଆପ ଷ୍ଟୋରରେ ମିଳୁନାହିଁ ।

ଅଧିକ ପଢନ୍ତୁ