କେନ୍ଦ୍ର ସରକାର ରଦ୍ଦ କଲେ ‘No Detention Policy’, ଏଥର ପଞ୍ଚମ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ଫେଲ୍‌ ।

ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍‌ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ପାସ୍‌ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ପକ୍ଷରୁ ଫେଲ ଘୋଷଣା କରାଯାଇ ପାରିବ।ତେବେ ଯେଉଁ ଛାତ୍ରୀଛାତ୍ରମାନେ ପଞ୍ଚମ ଓ ଅଷ୍ଟମରେ ଫେଲ୍‌ ହେବେ ସେମାନଙ୍କୁ ୨ ମାସରେ ରିଟେଷ୍ଟ ସୁଯୋଗ ମିଳିବ। ଯେଉଁମାନେ ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ ରହିବେ। କିନ୍ତୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବାହାର କରାଯାଇପାରିବନି।

ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଶିକ୍ଷା ସଚିବ କହିଛନ୍ତି।ଶିକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ କହିବା କଥା ଯେ ଏହି ନିୟମ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ ସ୍କୁଲ ସମେତ କେନ୍ଦ୍ର ଦ୍ୱାରା ପରିଚାଳିତ ପ୍ରାୟ ୩ ହଜାରର ସ୍କୁଲରେ କାର୍ଯ୍ୟକାରୀ ହେବ। ଶିକ୍ଷା ରାଜ୍ୟର ବ୍ୟାପାର ହୋଇଥିବାରୁ ରାଜ୍ୟଗୁଡ଼ିକ ସେମାନଙ୍କ ହିସାବରେ ଅନ୍ୟ ସ୍କୁଲରେ ଏହି ନିୟମ ଲାଗୁ କରିପାରିବେ।

ଅଧିକ ପଢନ୍ତୁ