କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବୈଷ୍ଣବ ସାମଲ

ଖ୍ୟାତନାମା ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ମର୍ଯ୍ୟାଦାଜନକ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କର ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ଲାଗି ଏହି ପାଇବେ ବୋଲି ସୂଚନା ମିଳିଛି।୧୯୩୯ ମସିହା ଫେବୃଆରୀ ୨୭ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ସାମଲ ନିଜ ସାହିତ୍ୟ କୃତି ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଜଣେ ଅଧ୍ୟାପକ ଓ ଗବେଷକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ବିଶ୍ୱଭାରତୀ ପର୍ଯ୍ୟନ୍ତ ଯାତ୍ରା ଓ ଅନେକ ସୃଷ୍ଟିର ସଂଭାର ତାଙ୍କୁ ଉଭୟ ଶିକ୍ଷକ, ଛାତ୍ରଛାତ୍ରୀ, ଗବେଷକ ଓ ପାଠକଙ୍କ ନିକଟରେ ପରିଚିତ କରାଇପାରିଛି। ଶ୍ରେଣୀକକ୍ଷ ଠାରୁ ସଭାକକ୍ଷ ଓ ମୁକ୍ତମଞ୍ଚର ଶ୍ରୋତାଙ୍କୁ ବିମୁଗ୍ଧ କରିଛି।

ଅଧିକ ପଢନ୍ତୁ

Odisha Darpan Digital