କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ

କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା । ସୁବ୍ରତ ସେନାପତି ଏବଂ ରାଜକିଶୋର ପାଢୀଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ କରାଯିବ । ‘କଦମ୍ବ ବନ’ ପାଇଁ ଯୁବ ଲେଖକ ସୁବ୍ରତ କୁମାର ସେନାପତି ଏବଂ ‘କେତେ ଫୁଲ ଫୁଟିଛି’ ବହି ପାଇଁ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ପାଇବେ ୨୦୨୫ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ ପୁରସ୍କାର ।ଏହି ପୁରସ୍କାର ସ୍ୱରୂପ ୫୦୦୦୦ ଟଙ୍କା ପ୍ରଦାନ କରାଯିବ।କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଜୁନ ୧୮ ତାରିଖ ଦିନ ୨୦୨୫ ମସିହା ପାଇଁ ଯୁବ ସାହିତ୍ୟ ପୁରସ୍କାର ଏବଂ ବାଳ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ସମୁଦାୟ ୨୩ଟି ଭାରତୀୟ ଭାଷା ପାଇଁ ଚଳିତବର୍ଷ ଯୁବ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଡୋଗ୍ରି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇନାହିଁ।

ଅଧିକ ପଢନ୍ତୁ

kc ads