କେବିସିରୁ ୫୦ ଲକ୍ଷ ଟଙ୍କା ଜିତିଥିବା ମହିଳା ତହସିଲଦାର ଗିରଫ

୨୦୧୧ ମସିହାରେ ‘ କୌନ ବନେଗା କରୋଡପତି’ରେ ୫୦ଲକ୍ଷ ଟଙ୍କା ଜିତି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ମହିଳା ତହସିଲଦାର ଗିରଫ। ଗୁରୁବାର ମଧ୍ୟପ୍ରଦେଶର ଗ୍ୱାଲିୟରରୁ ବନ୍ୟା ସହାୟତା ରାଶି ହଡ଼ପ କରିବା ଅଭିଯୋଗରେ ଅମିତା ସିଂ ତୋମାରଙ୍କୁ ଗତକାଲି ଗିରଫ କରାଯାଇ ଜେଲ୍ ପଠାଯାଇଛି ।

ଏହି ମାମଲାରେ ପୂର୍ବରୁ ୨୨ ଜଣ ପାଟୱାରୀ ଗିରଫ ହୋଇସାରିଥିବା ବେଳେ ଏବେ ଅମିତାଙ୍କୁ ଗ୍ବାଲିୟରରୁ ପୋଲିସ ଗିରଫ କରିଛି ।  ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ଗିରଫ ହେବା ପୂର୍ବରୁ ଅମିତା ସିଂ ତୋମାରଙ୍କୁ ତହସିଲଦାର ପଦରୁ ହଟାଇ ଦିଆଯାଇଥିଲା ।  ବର୍ତ୍ତମାନ ତାଙ୍କୁ ଶିବପୁରୀ ମହିଳା ଜେଲରେ ରଖାଯାଇଛି ।ଜଣେ ଦକ୍ଷ ଅଧିକାରୀ ଭାବେ କେବିସି ମଞ୍ଚରେ ପ୍ରଶଂସା ପାଇଥିବା ଅମିତା ଏବେ ଦୁର୍ନୀତି ଜାଲରେ ଛନ୍ଦି ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅଧିକ ପଢନ୍ତୁ