କେରଳର ଓ୍ବାୟନାଡରେ:୫ ଦିନ ପରେ ମାଟି ତଳୁ ଉଦ୍ଧାର ହେଲେ ୪ ଶିଶୁ

କେରଳର ଓ୍ବାୟନାଡରେ ଘଟିଥିବା ବିଧ୍ବଂସକାରୀ ଭୂସ୍ଖଳନରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ହାନି ଘଟିଛି। ୨୦ରୁ ଅଧିକ ଲୋକଙ୍କ ପତ୍ତା ମିଳିନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଲୌକିକ ଘଟଣା। କଲପେଟ୍ଟା ରେଞ୍ଜର ବନାଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ରେସ୍କ୍ୟୁ ଟିମ୍ ବାହାରିଥିଲେ ୱାୟନାଡ ଅଭିମୁଖେ, ଉଦ୍ଧାର କାର୍ଯ୍ୟ ପାଇଁ । ରାସ୍ତା ଥିଲା ଭାରି ବିପଜ୍ଜନକ । ଘଞ୍ଚ ଜଙ୍ଗଲ ଭିତରେ ଖସଡା ପଥର । ହେଲେ କିଛି ଆଦିବାସୀ ପରିବାରକୁ ବଞ୍ଚାଇବାର ଥିଲା । ଏଥିପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ବନ ବିଭାଗର କିଛି ଅଧିକାରୀ, ଆଉ ସେମାନଙ୍କୁ ହାତରେ ଯାହା ପଡିଲା ତାହା ଆପଣଙ୍କୁ ସ୍ତମ୍ଭୀଭୂତ କରିବ । ଗତ ୫ ଦିନ ଧରି ପଥର କନ୍ଦିରେ ବଞ୍ଚିଥିଲା ୪ଟି କଅଁଳ ଜୀବନ ।

ଉଦ୍ଧାର ହୋଇଥିଲେ ୪ ନିଷ୍ପାପ ଶିଶୁ । ସେମାନଙ୍କୁ ଉଦ୍ଧାର କରିବାର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆଉ ଲୋକଙ୍କ ଠାରୁ ଅଜସ୍ର ଶୁଭେଚ୍ଛା ପାଉଛନ୍ତି ଏହି ୪ ଅଧିକାରୀ ।ଉଦ୍ଧାରକାରୀ ଦଳ ଏକ ଭଗ୍ନ କୋଠାରୁ ଏହି ଶିଶୁ ସମେତ ତା’ର ମା’ ତଞ୍ଜୀରାଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ପ୍ରବଳ ସ୍ରୋତ ସତ୍ବେ ତଞ୍ଜୀରା ନିଜର ନବଜାତକକୁ କୋଳରେ ଜୋରରେ ଜାବୁଡ଼ି ଧରି ରଖିବା ଫଳରେ ଉଭୟଙ୍କ ଜୀବନ ବଞ୍ଚିବା ସମ୍ଭବ ହୋଇଛି। ମା’ର ମମତା ଏବଂ ସନ୍ତାନକୁ ରକ୍ଷା କରିବାର ଜିଦ୍‌ ଆଗରେ ମୃତ୍ୟୁ ପଛଘୁଞ୍ଚା ଦେଇଛି ବୋଲି ଉଦ୍ଧାରକାରୀ ଦଳ ମତ ଦେଇଛନ୍ତି। ତେବେ ଏହି ଦୁଃଖଦ ଘଟଣାରେ ତଞ୍ଜୀରା ତାଙ୍କ ମା’ ଅମୀନା ଏବଂ ଜେଜେ ମା’ ପଥୁମ୍ମାଙ୍କୁ ହରାଇଛନ୍ତି।

ଅଧିକ ପଢନ୍ତୁ