କୋଟିଆକୁ ଖୁବ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା

କୋରାପୁଟ ଜିଲା କୋଟିଆକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅଞ୍ଚଳକୁ ଖବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‍ ସେବା । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।କୋଟିଆ ଉପରେ ଆନ୍ଧ୍ର ଆଖି ପକାଇଛି, ପ୍ରତିହତ ପାଇଁ ସରକାର କାମ କରୁଛନ୍ତି। ଏଠାରେ ଖଣି ଖାଦାନ ଭରି ରହିଛି। ସେଠାରେ ଗୋଟିଏ ପାହାଡ଼କୁ ସୁନା ପାହାଡ଼ କୁହାଯାଏ। ସଦୁପଯୋଗ ପାଇଁ ଖଣି ବିଭାଗ ପଦକ୍ଷେପ ନେଉଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।

ମନ୍ତ୍ରୀ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ଆଉ ରହିବ। ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‍ ସେବା । କୋଟିଆକୁ କବଜା କରିବାକୁ ସବୁ ବେଳେ ଆନ୍ଧ୍ରର ଚେଷ୍ଟା ଜାରି ରହିଛି। ଏହାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି।

ଅଧିକ ପଢନ୍ତୁ

kc ads