କୋଟିଆରେ ବେଆଇନ ଅନୁପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ

କୋଟିଆରେ ବେଆଇନ ଅନୁପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୀମା ଅତିକ୍ରମ କରି କୋଟିଆ ଲୋକଙ୍କୁ ପ୍ରଭାବିତ କରୁଛି ଆନ୍ଧ୍ର । ଆନ୍ଧ୍ର ମାଉସୀ ହୋଇ ସାହାଯ୍ୟ କରୁଛି । ଆମେ ମା ଭଳି କରୁଛୁ । କୋଟିଆର ବିକାଶ ପାଇଁ ପୂର୍ଣ୍ଣକାଳୀନ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ରୋଡମ୍ୟାପ ପ୍ରସ୍ତୁତ ହେଉଛି କହିଲେ ରାଜସ୍ୱ ମନ୍ତ୍ରୀ । ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,କୋଟିଆ ଓଡିଶାର ଥିଲା ଓ ରହିବ । କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ସହ ଗଣ୍ଡଗୋଳକୁ ନେଇ କଡା ପ୍ରତିକ୍ରିୟା ରଖି କହିଛନ୍ତି, ଅଧିକାର ନ ଥାଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଆନ୍ଧ୍ର । କିନ୍ତୁ ଆମେ ଛାଡିବୁ ନାହିଁ । ରାଜନୈତିକ କାରଣରୁ କୋଟିଆକୁ ଖରାପ ନଜରରେ ଦେଖିଲେ ଛାଡିବୁନି ।

ଅଧିକ ପଢନ୍ତୁ