କୋଟିପତି ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଅଡୁଆ ବଢ଼ିଲା ! ଦେବବ୍ରତଙ୍କୁ ରିମାଣ୍ଡରେ ନେଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଅଡୁଆ ବଢ଼ିଲା। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କୁ ନେଇ ଫୁଲବାଣୀରେ ପହଞ୍ଚିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିଲେ ଖଣି ବିଭାଗ କଟକ ସର୍କଲ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି । ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ତାଙ୍କୁ ନେଇ ଫୁଲବାଣୀରେ ପହଞ୍ଚିବା ପରେ ପ୍ରଥମେ ତାଙ୍କର ଫୁଲବାଣୀ ନାରାୟଣ ସାହି ସ୍ଥିତ ଭଡ଼ା ଘରେ ପହଞ୍ଚି ସର୍ଚ୍ଚ କରିଥିଲା । ଭୁବନେଶ୍ୱର ଭିଜିଲାନ୍ସର ୮ ଜଣିଆ ଟିମ ପହଞ୍ଚି ଛାନଭିନ ଜାରି ରଖିଛନ୍ତି ।ଦେବବ୍ରତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟକୁ ଅପିଲ କରାଯାଇଥିଲେ ବି କୋର୍ଟ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି । ଆଜି ଫୁଲବାଣୀ ଠାରେ ରହୁଥିବା ନାରାୟଣୀ ସାହି ସ୍ଥିତ ଭଡ଼ା ଘରେ ରେଡ୍ କରାଯାଉଛି ।ଗତ 25 ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି। ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଘରୁ ୪ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିଲା। ଖାଲି ଟଙ୍କା ନୁହେଁ ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୧୩୦ ଗ୍ରାମ୍‌ ସୁନା ମିଳିଥିଲା ବାବୁଙ୍କ ଘରୁ । ଭୁବନେଶ୍ବର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି।

ଅଧିକ ପଢନ୍ତୁ