କୋଡିଙ୍ଗାମାଳି ଖଣି ଖନନ ବିବାଦ।କୋର୍ପରେଟରଙ୍କ ଶୀତଳ ଯୁଦ୍ଧରେ କାହାର ଜିତାପଟ , ପେଶି ହେଉଛନ୍ତି ପ୍ରଭାବିତ ଅଞ୍ଚଳବାସୀ

ରାୟଗଡ଼ ତା ୦୪/୦୯ ରାୟଗଡ଼ ଜିଲ୍ଲା ହେଉଛି ଏକ ଖଣିଜ ସମ୍ପଦ ପୂର୍ଣ୍ଣ ଜିଲ୍ଲା । ଜିଲ୍ଲାରେ ଭରପୁର ରହିଛି ବକସାଇଟ ଖଣିଜ ପଦାର୍ଥ । ଯାହାକୁ ନେଇ ଦେଶର ବଡ ବଡ କୋର୍ପରେଟର ତଥା ଶିଳ୍ପପତିଙ୍କ ନଜରରେ ରହିଛି ଏହି ଜିଲ୍ଲା । ରାୟଗଡା ଜିଲ୍ଲାରେ ପ୍ରକୃତି ତାହାର ଅମାପ ସୌନ୍ଦର୍ଯ୍ୟ ଢାଳି ଦେଇଥିବା ବେଳେ ଏହାକୁ ମୂଳପୋଛ କରିବାକୁ ବସିଛନ୍ତି କିଛି ସ୍ୱାର୍ଥପର ବାହୁବଳୀ ଓ ରାଜନେତା। ଏହି ଖଣିଜ ସମ୍ପନ୍ନ ଧନୀ ଜିଲ୍ଲାରେ ବସବାସ କରୁଛନ୍ତି ୭୫ ପ୍ରତିଶତ ଆଦିମ ଆଦିବାସୀ ଜନଜାତି । କିନ୍ତୁ ସେମାନଙ୍କର ଦୈନଦିନ ଜୀବନଯାପନ ଶୈଳୀ ଓ ଆର୍ଥିକ ସ୍ଥିତି ଅତି ଦୟନୀୟ। ଜିଲ୍ଲାରେ ବର୍ତ୍ତମାନ ତିନି ତିନୋଟି ବୃହତ ଶିଳ୍ପ କାରଖାନା ଗଢି ଉଠିଥିଲେ ସୁଦ୍ଧା ଜିଲ୍ଲା ଅର୍ଥନୈତିକ ତାଲିକାରେ ରାଜ୍ୟରେ ବହୁ ପଛରେ । । ଜିଲ୍ଲାରେ ବର୍ତ୍ତମାନ କାଶୀପୁର ବ୍ଲକର ବାଫଲା ମାଳୀ ଓ କୋଡିଙ୍ଗାମାଳୀ ମାଇନସରୁ ଉତ୍କଳ ଆଲୁମିନା , ବେଦାନ୍ତ ଓ ପାୟୋନୀଅର ଭଳି ବୃହତ କମ୍ପାନୀ ଏଠାରୁ ବକସାଇଟ ଉତ୍ତୋଳନ କରୁଛନ୍ତି । ଏହା ବ୍ୟତୀତ ଉକ୍ତ ବ୍ଲକରେ ଆହୁରି ତିନୋଟି ପାହାଡ ଯଥା ସିଜି ମାଳୀ , ମାଞ୍ଜିଙ୍ଗ ମାଳୀ ଓ ଶାଶୁ ବୋହୁ ମାଳୀ ଉପରେ ଆଖି ରଖିଛନ୍ତି ଏହି କୋର୍ପରେଟର ମାନେ । ସେଥି ମଧ୍ୟରୁ ସିଜି ମାଳୀର ନିଲାମ ସାରିଥିବା ବେଳେ ଏହାର ଅଧିକାର ମିଳିଛି ବେଦାନ୍ତ କମ୍ପାନୀକୁ । ସେହିଭଳି ବର୍ତ୍ତମାନ ଏବେ ଏହି ବକସାଇଟ ମାଇନସ କୁ ନେଇ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଯାହାକି ଉତ୍କଳ ଆଲୁମିନା ରିଫାଇନାରୀ କରି ବାଫଲା ମଳୀରୁ ବକସାଇଟ ଉତ୍ତୋଳନ କରୁଥିବା ବେଳେ ଆଦିତ୍ୟ ବିର୍ଲା ଔଆ ଏକ ରିଫାଇନାରୀ କଂସାରିଗୁଡା ଅଞ୍ଚଳରେ ପ୍ରତିଷ୍ଠା କରିବା ନେଇ କାର୍ଯ୍ୟ ଆରମ୍ଭ କରିଦେଇଛି । କିନ୍ତୁ ପାୟୋନୀଆର ଓ ବେଦାନ୍ତ ଜିଲ୍ଲାରୁ କେବଳ ବକସାଇଟ କଞ୍ଚାମାଲ ଉଠାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି କିମ୍ବା ଅନ୍ୟ କୌଣସି ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଭଳି ଜଣା ପଡୁନାହିଁ । ଯାହାକୁ ନେଇ ବର୍ତ୍ତମାନ ଏହା କହଣି ଖନନ ପ୍ରଭାବିତ ଅଞ୍ଚଳରେ ଅଶାନ୍ତ ପରିବେଶ ଦେଖିବାକୁ ମିଳିଛି । ଏହି ଭଳି ପରିସ୍ଥିତିରେ ଗତକାଲି ପ୍ରଭାବିତ ଅଞ୍ଚଳବାସୀ ତଥା ସମସ୍ତ ରାଜନୈତିକ ଦଳର ଜନପ୍ରତିନିଧି ଓ ବରିଷ୍ଠ ନେତୃବୃନ୍ଦ ଆସି ରାୟଗଡ଼ ଜିଲ୍ଲାପାଳ ଙ୍କୁ ଭେଟିବା ସହ ଏକ ଦାବିପତ୍ର ଦେଇ ବେଦାନ୍ତ କମ୍ପାନୀ ବିରୁଦ୍ଧରେ ବର୍ଷିଥିଲେ । ସେମାନଙ୍କର କହିବ ଅନୁଯାୟୀ ଯଦିଓ କୌଣସି କମ୍ପାନୀ ଆମ ଅଣଚାଳରୁ ଖଣି ଖନନ କରେ ତାହେଲେ ସେହି ପରିପାର୍ଶ୍ଵିକ ଅଞ୍ଚଳରେ ରିଫାଇନାରୀ ପ୍ରତିଷ୍ଠା କରି ଅଞ୍ଚଳର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉ । ଯଦି କେବଳ ଖଣି ଖନନ କରି କଞ୍ଚାମାଲ ଅନ୍ୟତ୍ର ସ୍ଥାନାନ୍ତର କରେ ତାହେଲେ ଆମେ ପ୍ରଭାବିତ ଅଞ୍ଚଳବାସୀ ଉକ୍ତ କମ୍ପାନୀକୁ ପ୍ରଶ୍ରୟ ଦେବୁ ନାହିଁ ବୋଲି କହିବା ସହ ବିରୋଧ କରିବୁ ବୋଲି ଏକ ସ୍ଵରରେ କହିଛନ୍ତି । ହେଲେ ଜିଲ୍ଲାରେ ଏହି ଖଣି ଅଞ୍ଚଳରେ ବର୍ତ୍ତମାନ କୋର୍ପରେଟରଙ୍କ ଭିତରେ ଖଣି କ୍ଷ୍ଦାଙ୍କୁ ନେଇ ଯେଉଁ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି , ତାହା ଆଗାମୀ ଦିନରେ ଜିଲ୍ଲା ପାଇଁ ଏକ ଜଟିଳ ସମସ୍ୟା ସୃଷ୍ଟି କରିବା ତାହା ଜଳଜଳ ହୋଇ ଦିଶୁଛି । ଏହାର ଯଦି କିଛି ସ୍ଥାୟୀ ସମାଧାନର ବାଟ ବାହାର ନକରାଯାଏ ତାହେଲେ ଜିଲ୍ଲାରେ ଏକ ଅଶାନ୍ତି ପରିବେଶ ସୃଷ୍ଟି ନହେବ ତାହା ସମୟ ହିଁ କହିବ

ଅଧିକ ପଢନ୍ତୁ