ଦୁଇ ଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେଉଛି। ଏହା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ସୂଚନା ଅନୁଯାୟୀ ଗୁରୁବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଦେଖିବାକୁ ମିଳିଛି । ବର୍ଷା ପାଣିରେ ପଶି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଛନ୍ତି ପର୍ଯ୍ୟଟକ । ସଠିକ ଭାବେ ମନ୍ଦିର ପରିସରରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନଥିବାରୁ ମନ୍ଦିର ଭିତରେ ଜମି ରହୁଛି ବର୍ଷା ପାଣି l