ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି କୋରାପୁଟ ଜିଲ୍ଲା ଗସ୍ତରେ ଆଜି ଆସି ପହଞ୍ଚିଛନ୍ତି। ଜୟପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜୟପୁର ବିମାନ ବନ୍ଦରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଏସପି ରୋହିତ ବର୍ମା,ଉପ ଜିଲ୍ଲାପାଳ ଜୟପୁର ଆକ୍କାଭରମ ଶଶ୍ୟା ରେଡ଼ି ଉପସ୍ଥିତ ରହିଥିଲେ। ପରେ କୋରାପୁଟ କଫି ବୋର୍ଡ଼ରେ ପହଞ୍ଚି କଫି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ତେବେ କୋରାପୁଟ କଫି ଆନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପାଇଥିବା ବେଳେ କିଛି କଫି ଚାଷୀ ସରକାରୀ ଜମି ସହାୟତା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ l ଆଲୋଚନା ପରେ ରାଜ୍ୟପାଳ କୋରାପୁଟ କଫିର ମଜ୍ଜା ନେବା ସହ କଫିବୋର୍ଡ ବୁଲି ଦେଖିଥିଲେ l ଜାତୀୟସ୍ତରରେ କଫିର ପରିଚୟ ବଢ଼ୁଥିବା ବେଳେ ଜିଲ୍ଲାରେ କଫି ଚାଷକୁ ନେଇ କିଛି ଅସନ୍ତୋଷ ପ୍ରକାଶ କରିଛନ୍ତି ମହାମହିମ ରାଜ୍ୟପାଳ l
ସେପଟେ ରାଜ୍ୟପାଳଙ୍କୁ ଦେଖି ଚାଷୀ ଖୁସି ପ୍ରକାଶ କରିଥିବା ବେଳେ କଫି ଉଦ୍ୟୋଗୀ କହନ୍ତି କଫି ପ୍ଲାଣ୍ଟରଙ୍କୁ ନେଇ ସରକାର ନୁଆ ଯୋଜନା କରିବା ସହ ଟୁରିଜିମକୁ ପରୋକ୍ଷ ଭାବେ ପ୍ରୋତ୍ସାହନ ଦେଇପାରିବେ l ଅବିଭକ୍ତ କୋରାପୁଟ ଜିଲ୍ଲା ସହିଦ୍ ଲକ୍ଷ୍ମଣ ନାୟକ ଭେଷେଜ ମହାବିଦ୍ୟାଳୟ ଉପରେ ନିର୍ଭରଶୀଳ ଥିବା ବେଳେ ଏହାର ଭିତିଭୂମି ସୁଦୃଢ଼ ସହ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ରଖିବାର ଆବଶ୍ୟକତା ଥିବା କହିଛନ୍ତି ମହାମହିମ ରାଜ୍ୟପାଳ। ପରେ କୋଟସ ଅଧିକାରୀ ମାନଙ୍କ ସହ ବୈଠକ କରିଥିଲେ। ସିଡ ରାଣୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଓ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକାଙ୍କ ସହ ଆଲୋଚନା କରିଥିଲେ ଏବଂ ଏଥି ସହ ମୁଦ୍ରା ହିତାଧୀକାରୀ ଏବଂ ଭାରତୀୟ ରେଡକ୍ରସ ସୋସାଇଟିର ଅଧିକାରୀ ମାନଙ୍କ ସହ ଆଲୋଚନା କରଥିଲେ । ସନ୍ଧ୍ୟାରେ ମହାମହିମ ରାଜ୍ୟପାଳ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ପୁଜାର୍ଚ୍ଚନା କରିବା ପରେ ବେଢ଼ା ପରିକ୍ରମା କରିଥିଲେ।