ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲେ ୩ ଭଉଣୀ । ଉତ୍ତର ପ୍ରଦେଶ ଗାଜିଆବାଦରେ ଜୀବନ ହାରିଲେ ୩ ନାବାଳିକା ଭଉଣୀ ।ସମସ୍ତଙ୍କ ବୟସ ୧୨, ୧୪ ଏବଂ ୧୬ ବର୍ଷ । କୋରିଆନ୍ ଲଭ୍ ଗେମ୍ ନାମକ ଅନଲାଇନ୍ ଟାସ୍କରେ ମାତିଥିଲେ ୩ ଭଉଣୀ । ଅନଲାଇନ୍ ଗେମ୍ ପାଇଁ ସବୁଦିନ ସ୍କୁଲ ମଧ୍ୟ ଯାଉ ନଥିଲେ । ଅନଲାଇନ୍ ଗେମ୍ରୁ ନିବୃତ୍ତ ରହିବାରୁ ବାପା ମା’ ଆକଟ କରିବାରୁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ୩ ନାବାଳିକା ଉଭଣୀ ।ଏହାରି ମଧ୍ୟରେ ପୋଲିସ ଘଟଣାସ୍ଥଳରୁ ଏକ ନୋଟ୍ ଜବତ କରିଛି । ଏଥିରେ Mummy, Papa sorry ବୋଲି ଲେଖାଯାଇଛି । ରିପୋର୍ଟ ଅନୁଯାୟୀ ସେମାନେ “Korean Lover ନାମକ ଏକ ଟାସ୍କ-ଭିତ୍ତିକ ଆପ୍ ବ୍ୟବହାର କରୁଥିଲେ । ସମସ୍ତେ ଏକାଠି ବାଲକୋନିକୁ ପ୍ଲାଷ୍ଟିକ୍ ଚେୟାର ନେଇଥିଲେ । ପରସ୍ପରର ହାତ ଧରି ୯ମ ମହଲାରୁ ଡେଇଁଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ୍ ଫୋନ୍ କୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି । ୩ ଭଉଣୀଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ମର୍ଚ୍ୟୁରୀକୁ ପଠାଯାଇଛି । ମୋବାଇଲ୍ ଫୋନ୍ ଜବତ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ।PROGA ୨୦୨୫ ନିୟମ ଅନୁସାରେ ଦେଶରେ ଟଙ୍କା ବାଜି ଲଗାଯାଉଥିବା ସମସ୍ତ ଅନଲାଇନ୍ ଗେମ୍ କୁ ବ୍ୟାନ୍ କରାଯାଇଛି । ନିୟମ ଉଲ୍ଲଂଘନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଗତ ଜାନୁଆରୀ ରେ ପ୍ରାୟ ୨୪୨ଟି ବେଆଇନ୍ ବେଟିଂ ୱେବସାଇଟ୍ କୁ ସରକାର ବନ୍ଦ କରିଛନ୍ତି ।
