ବାଲେଶ୍ଵର ପରିବାର ଅଦାଲତ ନିକଟରେ ହାଇଡ୍ରାମା । କୋର୍ଟ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କରିଦେଲା ନିର୍ଦ୍ଦୟ ସ୍ୱାମୀ । ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ ମାଡ଼ ଖାଇ ମେଡିକାଲ ଯାଇଛନ୍ତି ସ୍ତ୍ରୀ। ଅନ୍ୟପକ୍ଷରେ ସ୍ବାମୀଙ୍କୁ ସହଦେବଖୁଣ୍ଟା ଥାନା ପୋଲିସ ଉଠାଇ ନେଇଛି। ସୂଚନାମୁତାବକ ସ୍ୱାମୀ ପ୍ରତାପ ଜେନା ସ୍ତ୍ରୀ ଅନୀମା ଜେନାଙ୍କୁ ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ଅନିମା ପରିବାର ଅଦାଲତର ଆଶ୍ରୟ ନେଇଥିଲେ। ଆଜି କୋର୍ଟରେ ପ୍ରତାପଙ୍କ ସହ ଅନିମାଙ୍କ କୋର୍ଟ ପରିସରରେ ଯୁକ୍ତିତର୍କ ହୋଇଥିଲା। ପ୍ରତାପଙ୍କ ମାଡ଼ରେ ଅନିମାଙ୍କ ଦୁଇ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଭାବେ ଅନିମାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିବା ବେଳେ ସହଦେବ ଖୁଣ୍ଟା ଥାନା ପୁଲିସ ପ୍ରତାପଙ୍କୁ ଅଟକ ରଖିଛି । ଅନିମା ଓ ପ୍ରତାପଙ୍କ ଦୁଇଟି ପୁଅ ରହିଥିବା ବେଳେ ୧୧ ବର୍ଷ ପୂର୍ବରୁ ଉଭୟେ ବିବାହ କରିଥିଲେ ।
