କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା । ଗୃହରେ ଏନେଇ ସ୍ପଷ୍ଟ କରିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମନ୍ତ୍ରୀ । ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ।କୋଶଳୀକୁ ରାଜ୍ୟ ଭାଷା ମାନ୍ୟତା ପ୍ରସଙ୍ଗରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସିଧା କହିଛନ୍ତି ମନ୍ତ୍ରୀ କିଛି ଜାଣିନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ-କୋଶଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ । ପୁଣି ପୁରୁଣା କଥାକୁ ଦୋହରାଇ କହିଛନ୍ତି ଉତ୍କଳ,କଳିଙ୍ଗ ଓ କୋଶଳକୁ ନେଇ ଗଠନ ହୋଇଛି ଓଡ଼ିଶା ।
