କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଲେ ପୀୟୁଷ ଚାୱଲା

ଭାରତୀୟ କ୍ରିକେଟର ପୀୟୁଷ ଚାୱଲା ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଗତବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିଲେ । ସେ ଆଇପିଏଲ ୨୦୨୫ ନିଲାମୀରେ ନିଜର ନାମ ଦେଇଥିଲେ, କିନ୍ତୁ ଅନସୋଲ୍ଡ ରହିଥିଲେ । ଚାୱଲା ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ଏକଦିବସୀୟ ବିଶ୍ୱକପରେ ଭାରତୀୟ ଦଳର ଅଂଶ ଥିଲେ । ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ସେହି ଦୁଇଟି ବିଶ୍ୱକପ୍ ଜିତିଥିଲା ।୩୬ ବର୍ଷୀୟ ପୀୟୂଷ ଚାୱଲା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୁଁ କୃତଜ୍ଞତାର ସହିତ ଏହି ଅଧ୍ୟାୟର ଶେଷ କରୁଛି । ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଉଛି । ଏହି ସୁନ୍ଦର ଯାତ୍ରାରେ ମୋତେ ସର୍ବଦା ସମର୍ଥନ କରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।’ ଏହା ସହିତ ପୀୟୂଷ ଚାୱଲା ଏକ ଲମ୍ବା ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।ପୀୟୁଷ ଚାୱଲା ଆଇପିଏଲ ପ୍ରଥମ ସିଜିନରୁ ଖେଳୁଛନ୍ତି । ପ୍ରଥମେ କୋଲକତା ନାଇଟ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଖେଳିଥିଲେ । ସେ ମୋଟ୍ ୧୯୨ ମ୍ୟାଚ ଖେଳିଥିବା ବେଳେ ୧୯୨ ୱିକେଟ ନେଇଛନ୍ତି ।

ପୀୟୁଷ ୨୦୦୬ରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ । ମାର୍ଚ୍ଚ ୯ରେ ମୋହାଲିରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଲିଥିଲେ । ୨୦୦୭ରେ ଦିନିକିଆ ଏବଂ ୨୦୧୦ରେ ଟି୨୦ କ୍ରିକେଟରେ ଡେବ୍ୟୁ କରିଥିଲେ । ପୀୟୁଷ ନିଜର ୬ ବର୍ଷର କ୍ୟାରିଅରରେ ୩ଟି ଟେଷ୍ଟ, ୨୫ଟି ଦିନିକିଆ ଏବଂ ୭ଟି ଟି୨୦ ମ୍ୟାଚ ଖେଳିଛନ୍ତି ।

ଅଧିକ ପଢନ୍ତୁ

kc ads