କ୍ଲାସ ରୁମ୍‌ରେ ୨୦ ଫୁଟର ଅହିରାଜ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରସ୍ଥ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୦ ଫୁଟର ଅହିରାଜ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ଚିକିଟିରୁ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନେ ଆସି ତାକୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର ସାପକୁ ଜଙ୍ଗଲରେ ଛଡାଯାଇଛି ।

ତେବେ କିଛି ଦିନ ହେବ ବିଦ୍ୟାଳୟ ପରିସରରେ ସାପଟି ବୁଲାବୁଲି କରୁଲା । ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଥିବା ଷଷ୍ଠ ଶ୍ରେଣୀ ଗୃହକୁ ସାପଟି ପଶି ଆସିଥିବା ବେଳେ ସେଠାକାର କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ ଫଳରେ ସାପଟି ବାହାରକୁ ବାହାରି ପାରି ନଥିଲା । ସାପକୁ ଦେଖି ବିଦ୍ୟାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ । ଗଞ୍ଜାମ ଜିଲ୍ଲାରୁ ସ୍ନେକ ହେଲ୍ପଲାଇନର ଦୁଇ ଜଣ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିବା ଜଣାପଡ଼ଛି ।

ଅଧିକ ପଢନ୍ତୁ

kc ads