ରାଜ୍ୟରେ ୫୧ଟି ଡିଭିଜନରେ ଅଛି ୫୧ଟି ଇକୋ ଟୁରିଜିମ୍। ମାତ୍ର ୧୦ଟି ଇକୋ ଟୁରିଜିମ୍କୁ ଛାଡ଼ିଦେଲେ ବାକି ସବୁ କ୍ଷତିରେ ଚାଲିଛି। ଗୃହରେ ଜଙ୍ଗଲ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ ୧୦ ବର୍ଷ ମଧ୍ୟରେ ମଣିଷ ଓ ପଶୁ ଲଢେଇରେ ଯାଇଛି ୫,୬୦୯ ବନ୍ୟପ୍ରାଣୀଙ୍କ ଜୀବନ। ସେହିପରି ଗତ ୧୦ ବର୍ଷରେ ୧ ହଜାର ୩୯୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥି ନିମନ୍ତେ ସରକାର ୬୧୭୪.୬୮ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
