କ୍ଷମତାକୁ ଫେରିଲେ ମୁଖ୍ୟମନ୍ତ୍ରୀ ହେବିନାହିଁ :ଭକ୍ତ ଦାସ

ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ ସେମାନଙ୍କୁ ଗ୍ରହଣ କରାଯିବ।ଯଦି ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସେ, ତାହେଲେ ସେ ମୁଖ୍ୟମନ୍ତ୍ରୀ ହେବେ ନାହିଁ । କେବଳ ଦଳ ପାଇଁ କାମ କରିବେ । ଯେଉଁମାନେ ଭଲ କାମ କରିବେ ସେମାନଙ୍କୁ ଗୁରୁତ୍ବ ଦିଆଯିବ । ସୂଚନାଯୋଗ୍ୟ, କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି। ମଙ୍ଗଳବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଥିଲ।

ତେବେ ପିସିସି ସଭାପତି ହେବା ପରେ ଭକ୍ତ ଚରଣ ଗଣମାଧ୍ୟମ ଆଗରେ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତରୁଣ, ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ।ଏଥିସହିତ ଆସନ୍ତା ୧୮ରେ ସେ ଭୁବନେଶ୍ବର ଫେରିବେ ବୋଲି କହିଛନ୍ତି ଭକ୍ତ । ଭୁବନେଶ୍ବର ଫେରିଲା ପରେ ପ୍ରଥମେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭେଟିବେ । ଏହାପରେ ଭୁବନେଶ୍ବରରୁ ପୁରୀ ପଦଯାତ୍ରା କରି ଶ୍ରୀଜିଉଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି କଂଗ୍ରେସର ନୂଆ ପିସିସି ସଭାପତି ଭକ୍ତ ଦାସ ।

ଅଧିକ ପଢନ୍ତୁ