କ୍ଷୀର ଅପମିଶ୍ରଣବେଳେ ମାଡ଼ି ବସିଲା ପୋଲିସ

ଲୋକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା । ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ |। ଗତକାଲି କଟକ ଜିଲ୍ଲା ଆଠଗଡ଼ରେ ଗୁରୁଡ଼ି ଝାଟିଆ ଆନା କୁଷ୍ପଙ୍ଗୀ ନିକଟ ହୋଟେଲ ପଛରେ ୟକ୍ଷୀର ଅପମିଶ୍ରିତ ଚାଲିଥିଲା । ଖବର ପାଇ ଚଢାଉ କରିଥିଲା ଗୁରୁଡିଝାଟିଆ ପୋଲିସ୍ । ଦୀର୍ଘ ଦିନ ଧରି ଅପମିଶ୍ରିତ ଚାଲିଥିବା ନେଇ ଖବର ମିଳିଥିଲା । ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ କେମିକାଲ ମିଶା ଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଘଟଣା ସ୍ଥଳରୁ ଗାଡ଼ି ଡ୍ରାଇଭର ଓ ଅନ୍ୟ ଜଣେ ଚମ୍ପଟ ମାରିଛି । ପୋଲିସ୍ ଘଟଣାର ତଦନ୍ତ କରୁଛି ।

ଅଧିକ ପଢନ୍ତୁ

Odisha Darpan Digital