କ୍ୟାନସରକୁ ଶେଷ କରିବାକୁ ଆସିଲା ରୁଷ ଭ୍ୟାକ୍ସିିନ

କ୍ୟାନସରକୁ ଶେଷ କରିବାକୁ ଆସିଲା ଭ୍ୟାକ୍ସିନ ।  କ୍ଲିନିକାଲ ଟ୍ରାଏଲ୍ ରେ ସଫଳ ହେଲା ରୁଷ ଭ୍ୟାକ୍ସିିନ  । ଏହି ଟିକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର ସୁରକ୍ଷା ଏବଂ ପ୍ରଭାବକୁ ନିଶ୍ଚିତ କରିଛି । ଏହି ସୂଚନା ରୁଷିଆର ଫେଡେରାଲ୍ ମେଡିକାଲ୍ ଏବଂ ବାୟୋଲୋଜିକାଲ୍ ଏଜେନ୍ସିର ମୁଖ୍ୟ ଭେରୋନିକା ସ୍କୋଭର୍ଟସୋଭା ଦେଇଛନ୍ତି ।ଏହି ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କ୍ୟାନସର କୋଷକୁ ଚିହ୍ନଟ କରି ନଷ୍ଟ କରିଦେବ । ଏହାଛଡା ଏହା ବାରମ୍ବାର ବ୍ୟବହାର ଉପଯୋଗୀ ।

ଏହି ଟିକା କ୍ୟାନସର ପ୍ରତିରୋଧ ନୁହେଁ, ବରଂ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ । ବିଶ୍ୱରେ ଅନ୍ୟାନ୍ୟ ଦେଶ ମଧ୍ୟ ଏମଆରଏନଏ ଆଧାରିତ କ୍ୟାନସର ଟିକା ଉପରେ ଗବେଷଣା କରୁଛନ୍ତି। ଆମେରିକା ଓ UKର ବାୟୋ ଏନଟେକ ଏବଂ ମୋଡେର୍ଣ୍ଣା ଭଳି ସଂସ୍ଥା ଏ ଦିଗରେ କାର୍ଯ୍ୟ କରୁଛନ୍ତି ।  କର୍କଟ ରୋଗ ବିରୁଦ୍ଧରେ ଲଢ଼ିବାରେ ଏକ ଯୁଗାନ୍ତକାରୀ ସଫଳତା ହୋଇପାରେ, ଏଣ୍ଟୋରୋମିକ୍ସ ନାମକ ଏକ ବିପ୍ଳବୀ mRNA-ଆଧାରିତ ଟିକା କ୍ଲିନିକାଲ୍ ପରୀକ୍ଷଣରେ ୧୦୦ % ପ୍ରଭାବଶାଳୀତା ଏବଂ ସୁରକ୍ଷା ପ୍ରଦର୍ଶନ କରିଛି । ଗବେଷକମାନେ ଟ୍ୟୁମର ଆକାରରେ ୬୦% ରୁ ୮୦% ହ୍ରାସ ଦେଖିଛନ୍ତି। ଟିକାର ପ୍ରାରମ୍ଭିକ ଲକ୍ଷ୍ୟ କୋଲୋରେକ୍ଟଲ୍ କର୍କଟ ହେବ। ଏହାଛଡା ଗ୍ଲିଓବ୍ଲାଷ୍ଟୋମା ଏବଂ ବିଭିନ୍ନ ପ୍ରକାରର ମେଲାନୋମା ପାଇଁ ଟିକା ବିକାଶ କରିବାରେ ମଧ୍ୟ ଭଲ ପ୍ରଗତି ହୋଇଛି। ରୁଷିଆ ଦ୍ୱାରା ବିକଶିତ ଟିକା ହେଉଛି ଏକ ଏମଆରଏନଏ ଟିକା। ପ୍ରତ୍ୟେକ ରୋଗୀଙ୍କ ଆରଏନଏ ଅନୁସାରେ ଏହାକୁ ଷ୍ଟିମ୍ୟୁଲେଟ କରାଯିବ। ଯଦି ଟିକା ଅନୁମୋଦିତ ହୁଏ, ତେବେ କେମୋଥେରାପିର ଆଉ ଆବଶ୍ୟକ ହେବ ନାହିଁ। ବ୍ରିଟିଶ ସରକାର ଜର୍ମାନୀର ବାୟୋନଟେକ୍ ସହିତ ମିଳିତ ଭାବରେ ଏକ କର୍କଟ ଟିକା ବିକଶିତ କରୁଛନ୍ତି। ଆମେରିକୀୟ ଔଷଧ କମ୍ପାନି ମୋଡେ‌ର୍ଣ୍ଣା ଏବଂ ମେର୍କ ମଧ୍ୟ ଚର୍ମ କର୍କଟ ରୋଗ ପ୍ରତିରୋଧ ପାଇଁ ଟୀକା ବିକଶିତ କରୁଛନ୍ତି।

ଅଧିକ ପଢନ୍ତୁ