କ୍ୟାନ୍‌ସର ଓ ମଧୁମେହ ରୋଗୀଙ୍କୁ ଝଟକା!

କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି।ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମେଷ୍ଟ୍ରିସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ ମହାସଚିବ ରାଜୀବ ସିଂଘଲ କହିଛନ୍ତି, ଜରୁରୀ ଔଷଧ ଗୁଡ଼ିକର ଦାମ୍ ବଢ଼ିଲେ ଫାର୍ମା କମ୍ପାନି ଗୁଡ଼ିକୁ ସାମାନ୍ୟ ଆଶ୍ବସ୍ତି ମିଳିବ ।

ଫାର୍ମା ଇଣ୍ଡଷ୍ଟ୍ରୀରେ ଔଷଧ ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା କାଞ୍ଚା ମାଲ୍ ଏବଂ ଅନ୍ୟ ଖର୍ଚ୍ଚ ବଢ଼ୁଥିବାରୁ କେନ୍ଦ୍ର ସରକାର ଔଷଧର ମୂଲ୍ୟ ସାମାନ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । କ୍ୟାନ୍‌ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାଟିକ୍ ଏବଂ ଜରୁରୀ ଔଷଧର ଦାମ୍ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ଆସନ୍ତା ଦୁଇରୁ ତିନି ମାସ ଭିତରେ ପଡ଼ିବ । କାରଣ ୯୦ ଦିନର ଔଷଧ ଷ୍ଟକ୍ ପୂର୍ବରୁ ରହିଛି । ଚଳିତ ମାସର ଆରମ୍ଭରେ, ରସାୟନିକ ଏବଂ ସାର ମନ୍ତ୍ରଣାଳୟ କହିଛି ଯେ ଜାତୀୟ ଅତ୍ୟାବଶ୍ୟକୀୟ ଔଷଧ ତାଲିକା, ୨୦୨୨ ରେ ତାଲିକାଭୁକ୍ତ ଔଷଧର ମୂଲ୍ୟ ସୀମା ଯୋଗୁଁ ହାରାହାରି ମୂଲ୍ୟ ହ୍ରାସ ରୋଗୀଙ୍କ ପାଇଁ ପ୍ରାୟ ୩,୭୮୮ କୋଟି ଟଙ୍କାର ଆନୁମାନିକ ସଞ୍ଚୟ କରିଥିବା ଜଣା ପଡିଛି।

ଅଧିକ ପଢନ୍ତୁ

Odisha Darpan Digital