କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବରେ ବାଜିଲା ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।କ୍ୟାବିନେଟ ବୈଠକରେ ପାର୍ବତୀ ଗିରି ମେଗା ଜଳପ୍ରକଲ୍ପକୁ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ୩୪୦୦ କୋଟିର ଅଟଳ ବସ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ପରିଚାଳନା ଓ ରକ୍ଷଣବେକ୍ଷଣ ନୀତି ଉପରେ ଗୁରୁତ୍ୱ ଦିଆଯାଇଛି ।କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ୩୬୦୦ ହେକ୍ଟର ଜମି ବଡମ୍ବାର ୭୬ ଗାଁ, ନରସିଂହପୁର, ତିଗିରିଆର ୫ ଗାଁରେ ପାଣି ମାଡ଼ିବ ।ସେହିପରି ୨୦୪ କୋଟିର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ୬୨୧୦ ହେକ୍ଟର ସମ୍ବଲପୁରରେ ଜଳସେଚିତ ହେବ । ସୋନପୁର ତେଲ ନଦୀରେ ୧୭୦ କୋଟିର କ୍ଲଷ୍ଟର ୩୦ ପ୍ରକଳ୍ପ ୬ ହଜାର ହେକ୍ଟର ଜମି ଜଳସେଚିତ ହେବ । ୧୫୮ କୋଟିର ଯାଜପୁର ଖରାସୁଆ, ବ୍ରାହ୍ମଣୀ ନଦୀରେ କ୍ଲଷ୍ଟରର ୩୭ ପ୍ରକଳ୍ପ ଦ୍ୱାରା ୬ ହଜାର ହେକ୍ଟର ୭୩ ଗାଁ ପାଣି ପାଇବ । କେନ୍ଦୁଝରରେ ୯୩ କୋଟି ବ୍ୟୟରେ କ୍ଲଷ୍ଟର ୩୮ ପ୍ରକଳ୍ପ ଯାହାଦ୍ୱାରା ୪୨୮୦ ହେକ୍ଟର ପାନପୁର ଅଞ୍ଚଳରେ ଜମି ଜଳସେଚିତ ହେବ । କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ ୨୫୦୦ ଏମ୍‌ଭିଏ ସବ୍ ଷ୍ଟେସନକୁ ଅନୁମୋଦନ । ଯାହାର କାମ ୩ ବର୍ଷରେ ସରିବ ।

ଅଧିକ ପଢନ୍ତୁ