ଉତ୍ତରପ୍ରଦେଶର ବିସାଲପୁର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍), ବାରଖେଡ଼ା ନଗର ପଞ୍ଚାୟତ ଅଧ୍ୟକ୍ଷ ଏବଂ ଜଣେ ଠିକାଦାରଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ଜଣେ ସ୍ଥାନୀୟ ଖବରଦାତା ଓ ତାଙ୍କ ସ୍ତ୍ରୀ କ୍ୟାମେରା ସମ୍ମୁଖରେ ବିଷ ପିଇଛନ୍ତି। ଏହି ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ପିଲିଭିତ ପ୍ରାଶାସନିକ ଅଧିକାରୀଙ୍କ ନାଁରେ । ଖବର କାଗଜ ସାମ୍ବାଦିକଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିଲା ପ୍ରଶାସନ, ଏ ନେଇ ଲାଇଭ୍ ଭିଡିଓରେ କହିଛନ୍ତି ଇସରାର । ସାମ୍ବାଦିକ ଇସରାର ହୁସେନ୍ ଓ ତାଙ୍କ ପତ୍ନୀ ମିରାଜ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ସବୁ କଥା ବଖାଣିଥିଲେ ସାମ୍ବାଦିକ ଜଣକ । ଭିଡିଓରେ ଇସରାର ଏବଂ ତାଙ୍କ ପତ୍ନୀ ବରଖେଡା ନଗର ପଞ୍ଚାୟତର ଅଧିକାରୀ ବିସାଲପୁର ଏସଡିଏମ୍ ନଗେନ୍ଦ୍ର ପାଣ୍ଡେ ଏବଂ ଠିକାଦାର ମୋଇନ ହୁସେନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ତେବେ ଅଭିଯୋଗ ଅନୁଯାୟୀ, ବରଖେଡ଼ା ନଗର ପଞ୍ଚାୟତର ଦୁର୍ନୀତି ସମ୍ପର୍କରେ ଇସ୍ରାର ଖବର ପ୍ରକାଶ କରିବାରୁ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦୃଷ୍ଟିକୁ ଆସିଥିଲା। ଏହା ପରେ ତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା ବୋଲି ଇସ୍ରାର କହିଛନ୍ତି। ହୁସେନ୍ ଭୋଜଓ୍ବାଲ ଓ ପାଣ୍ଡେ କ୍ରମାଗତ ଭାବେ ତାଙ୍କ ପରିବାରକୁ ଧମକଦେବା ସହ ମିଛ ମାମଲା ଲଗାଇଥିଲେ। ବିଷ ପିଇ ଆମେ ଜୀବନ ଦେବାକୁ ଯାଉଛୁ, ଯୋଗୀଜୀ ଆମକୁ ନ୍ୟାୟ ଦରକାର ବୋଲି ଇସ୍ରାର ଭିଡିଓରେ କହିଥିଲେ।
